ସଂକ୍ଷେପରେ ଆଜିର ତାଜା ଖବର - Monday, 25 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମହାନଦୀର ଅଥଳ ନଦୀରେ ଲୁଚିଛି କଣ ରହସ୍ୟ ? ପାଣି ତଳେ ପ୍ରାଚୀନ ନାଗସାପ ମୂର୍ତ୍ତି

ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା । More

ମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରଙ୍କ ଅନୁମୋଦନ

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । More

Sports: ଆଇପିଏଲ୍‌ରେ ଆଗକୁ କ’ଣ କରିବେ ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପାଇଁ ଟିମ୍‌କୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ କରିଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ଖୁବ ଚର୍ଚ୍ଚା ହେଉଛି। ଏହା ସହିତ ପ୍ରଶ୍ନ ଉଠିଛି ଯେ ଆଇପିଏଲ୍‌ରେ ଆଗକୁ କ’ଣ କରିବେ ରୋହିତ - ଅନ୍ୟ ଟିମ୍‌କୁ ଯିବେ, ଟିମ୍‌ରେ ରହିବେ ନା ଆଉ କିଛି ପଦକ୍ଷେପ ନେବେ? More

ଇନ୍ଦିରା ଗାନ୍ଧୀଙ୍କୁ ମନା, କ୍ଷମା ମାଗିଥିଲେ ପ୍ୟାରୀ .. କାମିୟା କିଏ ..

ହିନ୍ଦୀ ବ୍ଲଗର କାମିୟା ଜାନି କାହିଁକି ପ୍ରବେଶ କଲେ ଶ୍ରୀମନ୍ଦିରରେ? କିଏ ଓ କାହିଁକି ତାଙ୍କୁ ପ୍ରବେଶ କରାଇଥିଲେ ? More

‘୨୪ ନିର୍ବାଚନରେ ୫୧% ଭୋଟ୍ ପାଇବା ଆମ ଲକ୍ଷ୍ୟ’

ନିଷ୍ପତ୍ତି ଅନୁଯାୟୀ, ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। More

କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି। More

ପାରିବାରିକ କଳହରୁ କରୁଣ ପରିଣତି, ସାନଭାଇକୁ ମାରି ଆତ୍ମସମର୍ପଣ କଲା ବଡ଼ଭାଇ

ପାରିବାରିକ ବିବାଦକୁ ନେଇ ଗଣେଶଙ୍କୁ ତାଙ୍କ ବଡ଼ଭାଇ ମହେନ୍ଦ୍ର ବାଗ୍ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଏବଂ ପେଟକୁ ବାରମ୍ବାର ଆକ୍ରମଣ କରିଥିଲେ। More

ରାଜଧାନୀରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୨ ଜଣ ଯୁବକ ଆହତ ହୋଇଥିଲେ । More

ଅସୁସ୍ଥ ଦନ୍ତାର ହେବ ଚିକିତ୍ସା, ଘଟଣାସ୍ଥଳରେ ପହଞ୍ଚିଲା ନନ୍ଦନକାନନର ଟିମ୍

କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। More

ବାଣୀବିହାର କମ୍ପୁଟର ସାଇନ୍ସ ସ୍ନାତକ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l More

ମା’କୁ ଖୁଣ୍ଟରେ ବାନ୍ଧି ମାରିଥିଲା ମାଡ଼, ଏବେ ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ୍

ସାମାନ୍ୟ କୋବି ଲାଗି ପୁଅ ନିଜ ମାଆକୁ ଗାଁ ଦାଣ୍ଡରେ ପିଟିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ଘଟଣାକୁ ଚାରିଆଡେ ଅସନ୍ତୋଷ ଦେଖା ଯାଇଥିଲା। More

ପାଖେଇ ଆସୁଛି ନୂଆବର୍ଷ, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଭକ୍ତଙ୍କ ଭିଡ଼

ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। More

କଲବଲ କରୁଛି ଜାଡ଼, ସକାଳୁ ଘରୁ ବାହାରିବା ମୁସ୍କିଲ୍

ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳାଇ ଦେଇଛି। ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। More

୨ ଟନ୍‌ ପିଆଜରେ ସର୍ବବୃହତ ‘ସାଣ୍ଟାକ୍ଲଜ୍‌’ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍। More

ନୂଆ ବର୍ଷ ପାଳନ ଲାଗି ଆସିଲା ଗାଇଡ୍ ଲାଇନ, ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା

ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । More

Panchang Today 25th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ କେଉଁ ସମୟ ଅଶୁଭ... More

ଧରାବତରଣ କଲେ ପ୍ରଭୁ ଯୀଶୁ; ଝଟକୁଛି ଚର୍ଚ୍ଚ

ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି ପ୍ରଭୁ ଯୀଶୁ । ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଉଛି । More

ଭୁବନେଶ୍ୱରରେ ୨ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଏୟାରପୋର୍ଟ ଛକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ କିଛି ଦୁର୍ବୃତ୍ତ ହାଣିଛନ୍ତି । More

ଫୁଟପାଥରେ କଟୁଛି ଜୀବନ; ହାଡ଼ଭଙ୍ଗା ଜାଡ଼ରେ ଶୋଉଛନ୍ତି ନିରାଶ୍ରୟ

ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି । More

Year Ender 2023: ନବ ହତ୍ୟାରୁ କାମିୟା ଜାନି ବିବାଦ, ଜାଣନ୍ତୁ ୨୦୨୩ର ୧୦ ବଡ଼ ଖବର

ଶେଷ ହେବାକୁ ଥିବା ୨୦୨୩ ବର୍ଷରେ ଓଡ଼ିଶାରେ ଘଟିଛି ବଡ଼ ବଡ଼ ଘଟଣା ଆଉ ଦୁର୍ଘଟଣା । ଯେଉଁ ଖବର ଜାତୀୟ ସ୍ତରରେ ମଧ୍ୟ ଆଲୋଚନା ହୋଇଛି । More

ବାଟ ହୁଡ଼ିଛି କି ବସୁଧା ? ଗାଁ ଗାଁରେ ୨୪ ଘଣ୍ଟିଆ ସ୍ୱଚ୍ଛ ଜଳଯୋଗାଣ ପ୍ରତିଶ୍ରୁତି ଫେଲ୍ !

ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି । More