ସଂକ୍ଷେପରେ ଆଜିର ତାଜା ଖବର - Sunday, 17 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଉରକେଲାରେ ବ୍ୟାପୁଛି ଡାଇରିଆ; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପରେ ବଢ଼ିଲା ଚିନ୍ତା

ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି । More

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ, ୮୫୭ ମନ୍ଦିରକୁ ଯିବ ଇନଭିଟେସନ୍ କିଟ୍

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ । More

ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି; ମୋଦି, ଶାହ ଓ ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ । More

ଫିଟୁଛି ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର ISI ଏଜେଣ୍ଟ ଲିଙ୍କ୍, ମିଳିଛି ଚାଟିଂ ଓ ଅସ୍ୱାଭାବିକ ଆର୍ଥିକ କାରବାରର ପ୍ରମାଣ

ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି । More

ବାପାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ରାସନ୍ ଉଠାଉଛନ୍ତି ଡିଲର୍ !

ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି । More

କ୍ୟାପିଟାଲ ହସ୍ପିଟାଲରେ କଡ଼ାକଡି ହେଲା ନିୟମ, ବିନା ପ୍ରେସ୍‌କ୍ରିପ୍ସନରେ ଏଣିକି MRI/CT ସ୍କାନ୍ ମନା

MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍‌କ୍ରିପସନ୍‌ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ। More

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ଅଟୋକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତରଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। More

ଭତ୍ତା ପାଇଁ ୮ କିଲୋମିଟର ଯନ୍ତ୍ରଣା, ସଂପର୍କୀୟଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧ ହିତାଧିକାରୀ

ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ, ତାଙ୍କୁ ଜଣେ ସମ୍ପର୍କୀୟ ପ୍ରତି ମାସରେ ପିଠିରେ ଲଦି ୮ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି ଆଉ ସେଠୁ ଭତ୍ତା ଓ ଚାଉଳ ଧରି ବଡ଼ କଷ୍ଟରେ ଗାଁକୁ ଫେରୁଛନ୍ତି । More

ଆସନ୍ତା ୧୯ରେ ଦିଲ୍ଲୀ ଯିବେ ବିଜେପି ବିଧାୟକ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି । More

ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। More

ଓଡିଶାରୁ ସଂଦିଗ୍ଧ ଆତଙ୍କୀ ଗିରଫ ଘଟଣାର ତଦନ୍ତରେ ସହଯୋଗ କରି NIA

ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ। ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । More

ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ !

ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି । More

ବାପ୍‌ରେ ବାପ୍‌ କି ଶୀତ ! ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା...

ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More

ଆଖି ପିଛୁଳାକେ ଚୋରି : ଅସଲି ଦେଖାଇ ନକଲି ସୁନା ଦେଇ ଟଙ୍କା ଠକେଇ ଅଭିଯୋଗ

ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍...ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ..୨ ଅଭିଯୁକ୍ତ ଗିରଫ, ୮୦ ହଜାର ଟଙ୍କା ଓ ବାଇକ୍ ଜବତ.. More

ଖୋଲିବ କି ISI ଲିଙ୍କ୍ ? ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ...

ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ... ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ.. More

‘BJD ଥରେ ଭୁଲ କରିଥିଲା, ଯେଉଁ ଅବସ୍ଥା ହେଲା... ଆଉ ଦୋହରାଇବନି’

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । More

ସୁପ୍ରିମୋ ମୁହଁ ଖୋଲିନାହାନ୍ତି, ଅଶୋକ କହିଦେଲେ; ସତରେ ପ୍ରାର୍ଥୀ ହେବେ ତ ଶ୍ରୀମୟୀ ?

ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୫୬ ନମ୍ୱର ୱାର୍ଡ ଜନସମ୍ପର୍କ ପଦଯାତ୍ରାରେ ଖୋଲାଖୋଲି ଏହା ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଖାଲି ଘୋଷଣା ନୁହେଁ ଭୋଟ୍ ଭିକ୍ଷା ବି କଲେ । More

ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଚିଠି; ଐତିହ୍ୟ କୀର୍ତ୍ତିରାଜି ନଭାଙ୍ଗିବାକୁ ଅପିଲ୍‌

ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ । More

‘ଧୀରଜ ଥିଲେ ଗାନ୍ଧି ପରିବାର ATM’..ଅବକାରୀ ନୀତିକୁ ଦାୟୀ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଦେଶୀ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ଏବଂ କେବଳ ଓଡ଼ିଶାରୁ ୩ ଶହ ୩୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ସପ୍ତାହକ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି କାଲି କିଛି ଏମିତି ସଫେଇ ରଖିଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । More

୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ? ପାକିସ୍ତାନ ଲିଙ୍କ୍‌ର ଖିଅ ଖୋଜିବ କ୍ରାଇମ୍‌ବ୍ରାଞ୍ଚ..

ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ । More