ସଂକ୍ଷେପରେ ଆଜିର ତାଜା ଖବର - Monday, 11 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖାଲି ଦେଶୀ ମଦ ବେପାର ନା ଅନ୍ୟ କେଉଁ ବାଟରୁ ଆସିଛି ଏହି ଟଙ୍କା ?

ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା । More

ମହାବାତ୍ୟା ପରଠୁ ଏମାନଙ୍କୁ ତ୍ରାହି ନାହିଁ ! ଗାଁ ଶୂନ୍ୟ ମଣିଷ...

୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି। More

ପୋଲିସକୁ ବେଖାତିର୍ ! ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ । More

୫ ଦିନରେ ୩୩୦ କୋଟି ହାର୍ଡ କ୍ୟାସ୍ ସିଜ୍; ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତୀ ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି । More

NRRI, Cuttack Recruitment: ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଚାକିରି, ଦରମା ୩୫ ହଜାର ଟଙ୍କା

ICAR, NRRI (ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି। More

ଭିଡ଼କୁ ଦେଖି ନିଷ୍ପତ୍ତି ! ରାତି ୨ରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର, ଭଗବାନଙ୍କୁ ଦର୍ଶନ କରିବେ ଭକ୍ତ

ଆଜି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଆଗାମୀ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ । More

କିଏ କରୁଥିଲା ମଦ ମାଫିଆଙ୍କୁ ସହଯୋଗ ? ଦୋଷ ଲଦା ଲଦି ବିଜେପି-ବିଜେଡି-କଂଗ୍ରେସ

ରାଜ୍ୟରେ ବିଜେପି କଂଗ୍ରେସକୁ ସୁରକ୍ଷା ଦେଉଛି । ଏଥିସହ ମିଛ ଓ ମନଗଢ଼ା କଥା କହି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି କହିଛି ବିଜେଡି। More

କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ ।  More

ଲକ୍ଷାଧିକ ଟଙ୍କାରେ ବିକ୍ରି ହେଲା ତେଲିଆ ମାଛ

ପାରାଦୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ଏହାର ଓଜନ ୩ କୁଇଣ୍ଟାଲରୁ ଅଧିକ ରହିଛି । More

ପାରାଦୀପରେ ଜାହାଜରୁ କୋକେନ ମିଳିବା ଘଟଣା: ୧୧ ଦିନ ଧରି ଚାଲିଛି ତନାଘନା

୧୧ ଦିନ ହେଲାଣି କ୍ରିଉ ମେମ୍ବରଙ୍କୁ ଅଟକ ରଖି ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ନିମ୍ନ ଭାଗ ଯାଞ୍ଚ କରିଛନ୍ତି । More

ବିଲରେ କାମ କରୁଥିବା ବେଳେ ବାପପୁଅଙ୍କୁ ଏସିଡ ମାଡ଼, ଉଭୟ ଗୁରୁତର

ଜମିବାଡ଼ି ବିବାଦରୁ ବାପପୁଅଙ୍କୁ ଏସିଡ ମାଡ଼.... ଦୁଇ ଗୁରୁତର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ...ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି... More

୩ ଦିନ ହେଲା ଅନ୍ଧାରରେ ଗୁରୁପ୍ରିୟା ସେତୁ

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏହା ଅନ୍ଧାରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି । More

୫ଦିନର ଗଣନା ପରେ ସରିଲା ଟଙ୍କା, ଅନ୍ୟପଟେ ଧୀରଜଙ୍କୁ ନେଇ ହଇଚଇ

ମୋଟ ଟଙ୍କା ୩୪୮ କୋଟି । କେବଳ ବଲାଙ୍ଗିରରୁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ଆଲମିରା ଭର୍ତ୍ତି ଟଙ୍କା । More

୨ ଦିନ ଭିତରେ ଖସିବ ପାରଦ, ବଢ଼ିବ ଶୀତ !

ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । ତେବେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । More

Panchang Today 11th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି-  ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ ଘାତଚନ୍ଦ୍ର-  ନାସ୍ତି More

ବଲାଙ୍ଗିରରେ ସରିଲା ଗଣତି, ମିଳିଲା ୩୦୫ କୋଟି ନଗଦ !

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା । More

ବିବାହ ବେଦୀରେ ହଙ୍ଗାମା; ସ୍ୱାମୀ ବାହାଘରେ ଦୁଇ ଝିଅଙ୍କୁ ଧରି ପତ୍ନୀଙ୍କ ରେଡ୍

ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ । More

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଟୋନମସ୍ କଲେଜ୍; ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । More

ନବୀନ ଓଡ଼ିଶା ଆଳରେ ମୈଦାନକୁ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି ?

MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ । More

ମେସିନଠୁ ମଣିଷ ଯାଏଁ, ଟଙ୍କା ଗଣି ଗଣି ନାକେଦମ୍; ଏଯାଏଁ ପ୍ରାୟ ୩ଶହ କୋଟି !

କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ । More