ସଂକ୍ଷେପରେ ଆଜିର ତାଜା ଖବର - Saturday, 09 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁଆଡ଼ୁ ଆସୁଛି ଏତେ ଟଙ୍କା ? ୧୦୬ ଗଣାସରିଛି, ଆହୁରି ୭୦ ବସ୍ତା ବାକି ଅଛି !

ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। More

ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳ ମାଳ ଦୁର୍ନୀତି ? 

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି । More

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ବିଜୟ ପରେ ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍

କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ । More

NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି । More

ଓଡ଼ିଶାର ପଛୁଆ ଜିଲ୍ଲାରେ ମଦ ଟଙ୍କାର ପାହାଡ଼; ଲାଗିଛି ୨୫ ମେସିନ, ଗଣୁଛନ୍ତି ୫୦ କର୍ମଚାରୀ

ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ । More

ଚୋରି ଜିନିଷ ଫେରାଇଲା କମିଶନରେଟ ପୋଲିସ, ଜିନିଷ ଫେରି ପାଇ ଲୋକେ ଖୁସ୍

ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା। More

‘ମଦ ବ୍ୟବସାୟୀ ହିଁ ନିର୍ବାଚନ ବେଳେ ବିଜେଡିର ଟଙ୍କାର ସୋର୍ସ’

IT ରେଡ୍ ଘଟଣାରେ ବିଜେଡି ନେତା ଓ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲେ ଲେଖାଶ୍ରୀ । More

ଓଡ଼ିଶାରେ ଅଣଓଡ଼ିଆ ନେତାଙ୍କ ଶହ ଶହ କୋଟି କଳା ଟଙ୍କା !

ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି ବୈଜୟନ୍ତ । More

IT ରେଡ୍‌ରେ ନୂଆ ଟ୍ୱିଷ୍ଟ; ଟଙ୍କା ମୁଣିରେ ଲେଖାଯାଇଛି ‘ଇନ୍ସପେକ୍ଟର ତିୱାରୀ’

ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନ୍‌ରୁ ବାହାରିଲା ୫ ଲକ୍ଷ । ସେହି ପଲିଥିନରୁ ଘଟଣାରେ ଆସିଛି ଏବେ ନୂଆ ଟ୍ୱିଷ୍ଟ । More

ରୁମ୍‌ ଲାଇଟ୍‌ ବନ୍ଦ କରିବାରୁ ଶାଶୂକୁ ରଡ୍‌ରେ ପିଟିପିଟି ମାରିଦେଲା ବୋହୂ !

ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ । More

ଏବେ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି IT ରେଡ୍ ହେବ

ଭାରତରେ ଯେତେ ବଡ ସ୍କାମ ହୋଇଛି ସେଥିରେ କଂଗ୍ରେସର ହାତ ରହିଛି । ବର୍ତ୍ତମାନ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି ରେଡ୍ ହେବ-ଅପରାଜିତା । More

‘ଓଡ଼ିଶାରେ ଏତେ ଟଙ୍କା ଧରା ପଡ଼ିବା ଲଜ୍ଜାକର, ନବୀନ ଏବେ ନିରବଦ୍ରଷ୍ଟା କାହିଁକି ?’

ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍‌ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି। More

ଟିଟିଲାଗଡ଼ SBIରେ ଗଣତିରୁ ମିଳିଲା ମୋଟ୍ ୧୧ କୋଟି ଟଙ୍କା

IT ରେଡ୍ ବେଳେ ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା । More

ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ରାତାରାତି ୨୫ କି.ମି ଚାଲିଚାଲି ଆସିଲେ ୧୪ ଛାତ୍ର

ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ ଅନେକ ବାଟ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ । More

ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଦୃଢୋକ୍ତି, ଓଡ଼ିଶାରେ ହେବ ଡବଲ ଇଞ୍ଜିନର ସରକାର

‘୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି, ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ....ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପଞ୍ଚାୟତ ଗସ୍ତ କରିବେ’ More

ଧରାପଡ଼ିଲା ଫେକ୍‌ ସିମ୍‌ କାର୍ଡର ମାଷ୍ଟରମାଇଣ୍ଡ୍‌

ସିମ୍‌ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବ୍ୟକ୍ତି ଜଣକ ସିମ୍‌ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା । More

Today Panchang 9th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ  ଶନିବାର, ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୧ଶୀ ( ମଳ ) ପ୍ରାତଃ ୦୬.୩୧ ଗତେ ୧୨ ଶୀ  More

ମ୍ୟାନେଜରଙ୍କ ଘରେ ବି ଟଙ୍କାର ପାହାଡ଼, ପୁଣି ମିଳିଲା ପେଟି ପେଟି ଟଙ୍କା...

ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି । More

ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ୧୪ରେ ବଡ଼ ନିଷ୍ପତ୍ତି ନେଇପାରେ ବିଜେଡି

ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ । More

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର । More

କ୍ୟାମ୍ପସରେ ରାଜନୀତି ତାତି ! ‘ନୂଆ ଓଡ଼ିଶା’ ବନାମ ୟୁଜିସିର ‘ମୋଦି ସେଲ୍ଫି ପଏଣ୍ଟ’

କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ । More

ମହୁଆଙ୍କୁ ମହଙ୍ଗା ପଡ଼ିଲା କ୍ୟାଶ୍ ଫର୍ କ୍ୱେରି ମାମଲା

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ । More

ନୋଟ୍ ଗଣି ଗଣି ହାଲିଆ, ନିଅଣ୍ଟ ପଡୁଛି ମେସିନ୍

ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ । More