/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702127559.jpg)
Lekhashree Samantsinghar
ମଦ ବ୍ୟବସାୟୀଙ୍କ ଘରେ IT ରେଡ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟାର୍ଗେଟ । ଘଟଣାରେ ବିଜେଡି ନେତା ଓ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲେ ଲେଖାଶ୍ରୀ । ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତଙ୍କ ନାଁ ନେଇ ସେ ଏଭଳି ଅଭିଯୋଗ ଆଣିଛନ୍ତି ।
ବିଧାୟକ ଯୋଗେଶ ସିଂ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଝାଡ଼ଖଣ୍ଡର କଂଗ୍ରେସ ସାଂସଦ କେବଳ କଂପାନୀର ମାଲିକ । ଓଡ଼ିଶାରେ ବିଜେଡି ସରକାର ଏହା ପରିଚାଳନା କରୁଥିଲେ । ମେଳିରେ ବେଆଇନ୍ କାରବାର ଚାଲିଥିଲା ବୋଲି ଲେଖାଶ୍ରୀ କହିଛନ୍ତି । କଂପାନୀ ଏତେ ଟଙ୍କା ଠୁଳ କରିଥିବା ରାଜ୍ୟ ସରକାର କିପରି ଜାଣି ପାରିଲେନି । ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଅବକାରୀ, EOW କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ବେଳେ ବିଜେଡିର ଟଙ୍କାର ଉତ୍ସ ବୋଲି ଲେଖାଶ୍ରୀ କହିଛନ୍ତି । ଏମାନେ ପୂରା ମଦ ବ୍ୟବସାୟକୁ ଓଡ଼ିଶାରେ ମ୍ୟାନେଜ କରୁଥିଲେ । ଯଦି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ, ନିଜ ନେତା ଓ ମନ୍ତ୍ରୀଙ୍କ କ’ଣ ସଂପୃକ୍ତି ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି । ତେବେ ଲେଖାଶ୍ରୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)