• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ହେବ ଡବଲ ଇଞ୍ଜିନର ସରକାର । ଦିଲ୍ଲୀରୁ ଫେରିବା ପରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତକୁ ଯିବାକୁ ଟାସ୍କ ଦିଆଯାଇଛି । ୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ ।

ସାଂସଦ, ବିଧାୟକ, ପଦାଧିକାରୀ,କାର୍ଯ୍ୟକର୍ତ୍ତା ସମସ୍ତେ ପଞ୍ଚାୟତ ଗସ୍ତ କରିବେ । ପ୍ରତି ପଞ୍ଚାୟତରେ ଯେପରି ସମସ୍ତ ସୁବିଧା ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ରହିଛି ବୋଲି ମନମୋହନ କହିଛନ୍ତି ।

ସେପଟେ ବିଜେପିର ଗାଁକୁ ଯିବା କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ରିଖିଛି ବିଜେଡି । ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ଆମେ ସବୁବେଳେ ଗାଁରେ ଅଛୁ । ଲୋକଙ୍କ ସୁଖ ଦୁଃଖରେ ଅଛୁ । ବିଗତ ନିର୍ବାଚନ ମାନଙ୍କରେ ଲୋକଙ୍କ ଭଲପାଇବା ସ୍ପଷ୍ଟ ଦେଖିବା ପାଇଁ ମିଳିଛି ।