ସଂକ୍ଷେପରେ ଆଜିର ତାଜା ଖବର - Saturday, 25 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେବେ ସୁଧୁରିବ ବିଦ୍ୟୁତ ବ୍ୟବସ୍ଥା ? ଛତିଶଗଡ଼ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ କଟିଗଲା ଲାଇନ୍‌

କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା । More

ଭକ୍ତ-ଭଗବାନଙ୍କ ଆଗରେ ଭାଙ୍ଗିଗଲା ଜିଦ୍; ବଡ଼ଓଷାରେ ହାର୍ ମାନିଲେ ସେବାୟତ-ପ୍ରଶାସନ

ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ । More

ଗୁମର ଖୋଲିଲା CDR; ୩ ମାସ ତଳୁ ବ୍ଲୁ ପ୍ରିଣ୍ଟ, ୬ ସାପ ଧରାଳିଙ୍କ ସହ ଡିଲ୍

ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ । More

ସାଥୀ ଖୋଜୁଛି ମହାରାଷ୍ଟ୍ରର ମହାବଳ; ଜଙ୍ଗଲରୁ ଜଙ୍ଗଲକୁ ମାରୁଛି ପଇଁତରା

ଏ ମହାବଳ ମହାରାଷ୍ଟ୍ରର ବୋଲି କେମିତି ଜଣାପଡ଼ିଲା ? ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କିଛିଦିନ ତଳେ ଗଜପତିର ଅଁଳାବର ଜଙ୍ଗଲରେ କ୍ୟାମେରା ଟ୍ରାପରେ ଆସିଥିବା ମହାବଳର ଚିହ୍ନଟ ପାଇଁ ଫଟୋଗୁଡ଼ିକୁ ୱାଇଲ୍ଡଲାଇଫ୍ ଉନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । More

ମାଟି ତଳୁ ମିଳିଲା ଟୁକୁଡ଼ା ଟୁକୁଡ଼ା ମୃତଦେହ; କିଏ କଲା ଯୁବତୀଙ୍କୁ ୩୧ ଖଣ୍ଡ ?

ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି । More

୪ ଦିନରେ ଶେଷହେଲା ବିଧାନସଭା; ବିରୋଧୀଙ୍କ ପ୍ରସଙ୍ଗକୁ ଡରିଗଲେ କି ସରକାର ?

ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା । More

ମାଟି ତଳେ ଯୁବତୀଙ୍କ ମୃତଦେହ: ହତ୍ୟା ପରେ କିଏ କରିଛି ୩୨ ଖଣ୍ଡ ?

ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ।ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ଦୁର୍ବୃତ୍ତ ପୋତିଥିଲେ ବୋଲି ପୋଲିସ କହିଛି । ପୋଲିସର କହିବା ଅନୁସାରେ ଜଙ୍ଗଲରେ ଅଧା ପୋତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଥିଲା । More

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

NAAC ରାଙ୍କ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ । More

ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଲା କାର୍‌, ୩ ମୃତ

ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍‌ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । More

ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରିଲେ...ବାଥରୁମ୍‌ରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଲେ

୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରି, ଘରର ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ପାଟ୍‌ କରିଥିଲେ ଦୁବୃର୍ତ୍ତ । More

ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଚାଲିଗଲା ୫ଜୀବନ

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର, ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା More

ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା: ସାପୁଆକୁ ଧରିଲା ପୋଲିସ୍

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । More

Today Panchang 25th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର-  ମେଷ ରାଶିର ଅହୋରାତ୍ର । ଘାତବାର-  ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More

'ସାଥୀ ସନ୍ଧାନରେ ଓଡ଼ିଶାରେ ପହଞ୍ଚିଲା ମହାରାଷ୍ଟ୍ରର ବାଘ'

ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି । More

ପୂଜକ-ପ୍ରଶାସନ କଳି: ମୁଖ୍ୟ କବାଟ ଭାଙ୍ଗି ଧବଳେଶ୍ୱରଙ୍କ ଦର୍ଶନ କଲେ ଭକ୍ତ

ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ । More

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଜେଡିର ନିଶାନା ପରେ ଜବରଦସ୍ତ କାଉଣ୍ଟର କଲା ବିଜେପି

ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । More

ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ। More

ପୂଜକ-ପ୍ରଶାସନ କଳିରୁ ଧବଳେଶ୍ୱରଙ୍କ ଦୁଆରେ ତାଲା, ଦର୍ଶନରୁ ବଞ୍ଚିତ ଲକ୍ଷାଧିକ ଭକ୍ତ

ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ । More

ସାପ ଲଗାଇ ପତ୍ନୀ-ଝିଅକୁ ହତ୍ୟା ମାମଲା; ସ୍କାନରରେ ସାପୁଆ, ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର ସନ୍ଦେହରେ ଛାନଭିନ୍

ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍‌ଙ୍କ ତଦନ୍ତ ନିର୍ଦ୍ଦେଶ । More

ଭାଷା ପ୍ରୀତି ନା ଭୋଟ୍ ବ୍ୟାଙ୍କ ରାଜନୀତି ? ବିଧାନସଭାରେ ପ୍ରଥମ ଥର କୋଶଳୀରେ ପ୍ରଶ୍ନୋତ୍ତର

ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ । More