ସଂକ୍ଷେପରେ ଆଜିର ତାଜା ଖବର - Thursday, 23 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଞ୍ଚୁକ ପ୍ରଥମ ଦିନ: ଜଗାର ଲକ୍ଷ୍ମୀନାରାୟଣ ବେଶ, ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ । More

ଶୋଇବା ଘରେ ନାଗ ଛାଡ଼ି ମା-ଝିଅଙ୍କୁ ମାରିଦେଲା ଜହ୍ଲାଦ ବାପ !

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ । More

ଘରେ ଶୋଇଥିଲା ସ୍ତ୍ରୀ, ସ୍ୱାମୀ ଛାଡ଼ିର୍ଲାଲ୍ କୋଳଥିଆ ନାଗ; ଚାଲିଗଲା ମା’-ଝିଅଙ୍କ ଜୀବନ

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି । More

ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହିନେଲେ

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। More

କିନ୍ନର ଦୀପା ସାହୁଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହେବା ସହ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା। More

ରାଜ୍ୟରେ ଜୀବନ ନେଇଛି ଦୁର୍ଘଟଣା; ଗତ ୫ ବର୍ଷରେ ୨୫,୯୩୪ ଜଣଙ୍କ ମୃତ୍ୟୁ

ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ । More

୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁରେ ମିଳିବ ମୋବାଇଲ ସୁବିଧା

ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି। More

ଘୋଡ଼ାରୁ ପଡ଼ି ଭାଙ୍ଗିଲା ଅଭିନେତା ଶ୍ରୀତମଙ୍କ ହାତ

ତାଙ୍କ ଅସ୍ତ୍ରୋପଚାର କରାଯାଇପାରେ ବୋଲି ସୂଚନା ମିଳିଛି । More

‘ଓଡ଼ିଆ ସିନେମା ବଞ୍ଚାଅ’ ନାରା ଦେଇ ଧାରଣାରେ 'ପ୍ରଥା' ସିନେମାର ପ୍ରଯୋଜିକା ସନଲିଶା

ଇନଭେଷ୍ଟରମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ପ୍ରଦାନ ପାଇଁ ବି ସେ ଦାବି ରଖିଛନ୍ତି । More

ହଷ୍ଟେଲ ଖାଇବାରେ ବାହାରୁଛି ପୋକ, ରାସ୍ତାକୁ ଓହ୍ଲାଇଲେ କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଛାତ୍ରୀ...

ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି । More

କାହିଁକି ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା ?

ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ମେୟର । More

ଆସୁଛି ପର୍ଯ୍ୟଟନ ଋତୁ, ୧୦୦ ପିକ୍‌ନିକ୍‌ ସ୍ପଟ ହେବ ପ୍ଲାଷ୍ଟିକ୍‌ ମୁକ୍ତ

ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ । More

ବୌଦ୍ଧ ମେଡିକାଲ୍‌ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ଇଞ୍ଜେକ୍ସନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । More

୭ ବର୍ଷ ହେବ ବସ୍‌ଷ୍ଟାଣ୍ଡରେ ଚାଲିଛି ଭଙ୍ଗାଗଢ଼ାର ଖେଳ...ନା କାମ ସରୁଛି, ନା ଉଦ୍‌ଘାଟନ ହେଉଛି

୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି । More

ଶନିବାର ବଡ଼ ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ

ପହିଲି ପଞ୍ଚୁକରେ ବାବା ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତା ଶନିବାର ବଡ଼ ଓଷା । More

ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା, ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଗଲେ...

ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା । ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଥିଲେ ୨ ଜଣ । More

ବାଘ ଆତଙ୍କ ! ଅନେକ ଜଙ୍ଗଲରେ ବୁଲୁଛନ୍ତି ମହାବଳ ବାଘ, ଭାଇରାଲ ହେଉଛି ଭିଡିଓ...

ପୁଣିଥରେ ଗଜପତି ଜଙ୍ଗଲକୁ ଫେରିଛି । ବାଘ ପାଦ ଚିହ୍ନ ଓ କ୍ୟାମେରା ଟ୍ରାପରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି । More

ବିଧାନସଭାରେ ଆଦିବାସୀ ଝଡ଼ ! ହଟ୍ଟଗୋଳ, ହୋହଲ୍ଲାରୁ ଧୋଇଗଲା ପୂରା ଦିନ...

ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। More

OTV ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ; ବରିଷ୍ଠ ନାଗରିକଙ୍କ ଦର୍ଶନକୁ ଦିଆଗଲା ଗୁରୁତ୍ୱ

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ଏହି ୫ଦିନ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ କରାଯିବାର ପରମ୍ପରା ରହିଛି । ସେହି ବେଶ ଦର୍ଶନ ପାଇଁ ଆଜିଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ । More

ନୂଆ ନିଯୁକ୍ତି ନାହିଁ, ଥଇଥାନ ହେଉଛନ୍ତି ରିଟାୟାର୍ଡ ବାବୁ

ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର  ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ । More

ପାଠ ନ କହିପାରିବାରୁ ଉଠ୍ ବସ୍ କରାଇଲେ ମ୍ୟାଡାମ୍‌; ଟଳିପଡ଼ିଲେ ଚତୁର୍ଥ ଶ୍ରେଣୀ ଛାତ୍ର..

ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର । More