ସଂକ୍ଷେପରେ ଆଜିର ତାଜା ଖବର - Friday, 03 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସଙ୍କଟରେ ପିଆଜ ଚାଷୀ: ବିକିଲେ ୫ରେ, କିଣିବେ ୭୦ଟଙ୍କାରେ

କିଛି ମାସ ତଳେ ଓଡ଼ିଶା ଚାଷୀ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି । More

କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି । More

ଗିରଫ ଭୟରେ ପୁରୁଷଶୂନ୍ୟ ପଦ୍ମକେଶରପୁର

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ । More

ASO Recruitment 2023: ଓଡ଼ିଶା ହାଇକୋର୍ଟରେ ବାହାରିଲା ଚାକିରି; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହାଇକୋର୍ଟ, କଟକ ଆସିଷ୍ଟାଣ୍ଟ ସିଲେକସନ ଅଫିସର୍ (ASO) ନିଯୁକ୍ତି ପାଇଁ ଏକ ନିଜ୍ଞପ୍ତି ବାହାର କରିଛି। ଅନ୍‌ଲାଇନ୍ ମୋଡ୍‌ରେ ଚାଲିଛି ଆବେଦନ। ସୁଯୋଗ ହାତଛଡା କରନ୍ତୁ ନାହିଁ। More

ରାଜନୀତିରେ ରାମ-ଜଗନ୍ନାଥ ! ଅଧପନ୍ତରିଆ କାମରେ ହୋଇଯିବ କି ଲୋକାର୍ପଣ ?

ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ? More

କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

ଗୋଟିଏ ଜୀବନ ଯିବା ପରେ, ଗାଡ଼ି କାହାର ସବୁ କିଛି ସ୍ପଷ୍ଟ ହେବା ପରେ ବି କାହିଁକି ସାମ୍ନାକୁ ଆସୁନି ପୋଲିସ୍ ? କାହିଁକି ସାମ୍ନାକୁ ଆସୁନାହାନ୍ତି ଗାଡ଼ି ମାଲିକ ? More

ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା

ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍‌ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ। More

କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ

ଅଲିଭ ରିଡଲେ କଇଁଛ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର। More

'ପଛପଟୁ ଆସି ମୋ ଗାଲକୁ ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା'

ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି । More

RBIରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରସଙ୍ଗ, EOW ନିଜ ତରଫରୁ ଚଳାଇଛି ତନାଘନା

ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ଲାଗୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା । More

ସୀମା ଲଙ୍ଘିଲେ ଟୁଟୁ ନାୟକ, ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । More

ଆଉ ଦାଦନ ମୁହାଁ ହେଉନାହାଁନ୍ତି ଚାଷୀ, ରୋଜଗାର ଦେଇଛି ରବର ଚାଷ

ରୋଜଗାର ଦେଇଛି ରବର ଚାଷ। ନିଜ ପରିବାର ଛାଡ଼ି ଆଗ ଭଳି ଆଉ ଦାଦନ ଯିବାକୁ ପଡୁନି। ଯୋଉ ଜମି ଦିନେ ପଡିଆ ପଡିଥିଲା, ସେଇଠି ଆଜି ଶୋଭା ପାଉଛି ରବର ଚାଷ। ଆଉ ଏଥିପାଇଁ ସହାୟତାର ହାତ ବଢ଼ାଇଛି ରବର ସୋସାଇଟି। ରବର ଚାଷ କରି ଏବେ ଏକାଧିକ ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି। More

‘ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି’: ମାନେକା ଗାନ୍ଧୀ

ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ମେନକାଙ୍କ ଅଭିଯୋଗ ଉପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । More

କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଗନ୍ନାଥଙ୍କ ତୁଳସୀ

କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକରାତ୍ମକ ଭାବନା ଆସିଥାଏ। More

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା: ଗୁରୁତର ଯୁବତୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା। More

ଫେରିନି ଯୁବତୀଙ୍କ ଚେତା, ଦୁର୍ଘଟଣା ପଛରେ କିଏ ମିଳୁନି ପତ୍ତା

ଦୁର୍ଘଟଣାରେ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଯୁବତୀ ଲୋପାମୁଦ୍ରା ସାହୁଙ୍କ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି । More

ମୋବାଇଲ ନେଇଗଲେ ପ୍ରିନ୍ସିପାଲ, ଗଛରେ ଝୁଲି ପଡ଼ିଲେ ଛାତ୍ର !

ମୃତ ଛାତ୍ର ଜଣଙ୍କ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର। ଷଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ରାତିରେ ସେହି ଛାତ୍ର ଜଣଙ୍କ ମୋବାଇଲକୁ ପ୍ରିନ୍ସିପାଲ ନେଇଯାଇଥିଲେ। ଯାହାପରେ ଛାତ୍ର ଜଣଙ୍କ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। More

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ଆଜି ପରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । More

Panchang Today 3rd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ରାତ୍ରି ୦୧. ୨୪ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୧୧.୦୭ ଗତେ ୭ମୀ ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୧.୨୪ ପର୍ଯ୍ୟନ୍ତ ଘାତ ବାର। ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ.... More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ, ସମୀକ୍ଷା କଲେ ଗଜପତି

କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା କରିଛନ୍ତି ଗଜପତି ମହାରାଜା । More

ମନ ମୋହୁଛି ତୁଷାରଙ୍କ କଲମ ଲାଇବ୍ରେରୀ

ଘରେ ରଖିଛନ୍ତି ଦେଶ ବିଦେଶର ନାମୀ ଦାମୀ ବ୍ରାଣ୍ଡର ପେନ୍ । ୫ ଟଙ୍କିଆ ରିନୋଲଡ୍ ପେନ୍ ଠୁ ଆରମ୍ଭ କରି ୫୦୦୦ ଟଙ୍କାର ସବ୍ ମେରାଇନ୍ ଆଉ କ୍ରସ ଭଳି ହାଇଫାଇ ବ୍ରାଣ୍ଡ ରହିଛି ତାଙ୍କ ଆଲମିରାରେ । ୨୪ କ୍ୟାରେଟ୍ ଗୋଲ୍ଡ କୋଟେଡ ପେନ୍ ର ଆକର୍ଷଣ ତ ଅଲଗା ପ୍ରକାରର । More

ବୈଠକକୁ ଆସିଲେନି ମନୋଜ; ନିରାଶ ହେଲା OFDC

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ। More

ଟ୍ୟୁସନ୍‌ ଫି ହତ୍ୟାକାଣ୍ତ; ପୋଲିସ ଥିଓରୀକୁ ମାନିଲାନି ପରିବାର..ବାପା କହିଲେ CBI କାଢ଼ିବ ସତ..

ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ। More

ରେଞ୍ଜ ରୋଭର୍‌ ଆକ୍ସିଡେଣ୍ଟର ପୋଲ୍‌ ଖୋଲିବାକୁ କାହିଁକି ଡରୁଛି ପୋଲିସ ?

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ। ଘଟଣାକୁ ନେଇ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ଏବେ ଚର୍ଚ୍ଚା। More

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ

ବର୍ତ୍ତମାନ ବିହାର ପାଟନା କୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ। More

ଗାଳ୍ପିକ ଓ ସାମ୍ୱାଦିକ ଅମରେଶ ବିଶ୍ୱାଳ ପାଇବେ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ୨୦୨୩’

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। More