ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା ! ତାଲିକାରେ ନାଁ ପିଲାଙ୍କର, ଆକାଉଣ୍ଟ କଲେଜର

୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା । More

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଆହୁରି ତେଜିଲା ଶ୍ରଦ୍ଧା ଝଡ଼ !

ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ । More

ମାଟ୍ରିମୋନି ସାଇଟରୁ ସଂପର୍କ, ପରେ ଯୁବତୀଙ୍କ ଗହଣା ଧରି ଚମ୍ପଟ ମାରିଲେ ଯୁବକ !

ଦେଢ଼ ଲକ୍ଷ ଟଙ୍କାର ଗହଣା ନେଇ ଛୁ ମାରିଲେ ଯୁବକ । ଆପତ୍ତିଜନକ ଭିଡିଓ ମାଗି ବ୍ଲାକମେଲିଂ ଅଭିଯୋଗ । More

ପାର୍ବଣରେ ରଙ୍ଗ ଭରିଲା ସୁନା ଦର, ମାସକରେ ଖସିଲାଣି ୨ ହଜାର ଟଙ୍କା

ଆହୁରି ୩ ହଜାର ଯାଏଁ ଖସିବା ନେଇ ଆକଳନ । ରୁପା କିଲୋପିଛା ଶସ୍ତା ହେଲାଣି ୭ ହଜାର । More

Money Mantra: ରୋଜଗାର ସଞ୍ଚୟ କରିବାର ୫ ସରଳ ଟିପ୍‌ସ

ଅନ୍ୟମାନଙ୍କୁ ଦେଖି ନିଜ ପାଇଁ କିଣାକିଣି କରିବାକୁ ମନ ବଳିଲେ ସେଥିରୁ ନିବୃତ ରୁହନ୍ତୁ ଦେଖିବେ ଆପଣଙ୍କ ଝାଳବୁହା ଧନ ଅଯଥାରେ ଖର୍ଚ୍ଚ ହେବନି। More

ଏବେ ବି କମିଛି କି ଗୁମାସ୍ତାଙ୍କ ଉତ୍ପାତ ? ଏକଥା କାହାକୁ ଇଙ୍ଗିତ କଲେ ଭର୍ତ୍ତୃହରି...

ଏ ଗୁମାସ୍ତା କିଏ, ତାଙ୍କ ଭାଷଣରେ ଭର୍ତ୍ତୃହରି କାହାକୁ ଗୁମାସ୍ତା ବୋଲି ଇଙ୍ଗିତ କରୁଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । More

ରାସ୍ତା କାମ ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । More

ପୁଣି ରାଜଧାନୀରେ ଭଣ୍ଡ ବାବା ! ସମ୍ପତ୍ତି ଲୋଭ ଦେଖାଇ କରୁଥିଲେ ଲୁଟ୍

ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ । More

ହୋମଗାର୍ଡଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଚର୍ଚ୍ଚାରେ ସୋନପୁର ପୋଲିସ

ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଚର୍ଚ୍ଚାରେ ସୋନପୁର ପୋଲିସ। More

କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ

ରାଜ୍ୟବ୍ୟାପି ମାଡିଗଲାଣି ସ୍କ୍ରବ୍ ଟାଇଫସ୍। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପରୀକ୍ଷା ହୋଇଥିବାବେଳେ ୨ ହଜାର ୮ ଶହ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି। More

ମାନସ ଇନ୍‌-ସୁଲତା ଆଉଟ୍‌, ମହଙ୍ଗା ପଡ଼ିଲା କି ନବୀନଙ୍କ ବିରକ୍ତି ?

ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଆଜି ଏଇ ନୂଆ ଦାୟିତ୍ୱ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି। More

World Cup 2023: କାହିଁକି ବାରବାଟୀ ଷ୍ଟାଡିୟମରେ ହେବନି ବିଶ୍ୱକପ୍‌ ମ୍ୟାଚ୍‌ ? କାହିଁକି ପଡ଼ିଲା ବାଦ୍‌...

ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। More

ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଟାର୍ଗେଟ, କାହିଁକି ଶ୍ରଦ୍ଧାଙ୍କୁ ଭାଟିକାନ୍ ସିଟି ନେଲେ ?

ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ । ଏଥିସହ ଶ୍ରଦ୍ଧାଙ୍କ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଫେଇ ଦେଲେ ସେ ତାଙ୍କ ଫିଜିଓଥେରାପିଷ୍ଟ। ସେ ଯଦି ତାଙ୍କ ଫିଜିଓଥେରାପିଷ୍ଟ, ଆମର ଟିକେ ବି ଆପତ୍ତି ନାହିଁ’ । More

କେନାଲ କଡ଼ ରାସ୍ତାରୁ GRSଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। More

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ବିପିନ ଗୋଷ୍ଠୀର ବାଜିମାତ୍‌

ବିପିନଙ୍କ ସମର୍ଥକଙ୍କ ବିଜୟ ଯୋଗୁଁ ବିପ୍ଳବ ପାତ୍ର ଗୋଷ୍ଠୀକୁ ଝଟ୍‌କା ଲାଗିଛି । ନିକଟରେ ବିଜେଡିରୁ ବିପିନ ପ୍ରଧାନ ନିଲମ୍ବିତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା। More

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ 

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍‌ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍‌ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି। More

ବିଏମ୍‌ସି ସହ ଆଲୋଚନା ପରେ ଖୋଲିଲା ୟୁନିଟ୍-୧ ହାଟ

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। More

ଉପର ମୁଣ୍ଡରେ ଲଗାଣ ବର୍ଷା, ବଢ଼ୁଛି ବୈତରଣୀ ଓ ଜଳକା ନଦୀର ଜଳସ୍ତର...

ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି। More

Panchang Today 4th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ... More

ଆଜି ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା... More

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଘନଉଛି ବିବାଦ; ଜନ ବିରୋଧୀ ମନ୍ତବ୍ୟରେ ତେଜୁଛି ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ । More

ଓଡ଼ିଶାରେ କେବେ ଆସିବ OBC କମିଶନଙ୍କ ସର୍ଭେ ରିପୋର୍ଟ ?

ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି । More

ବିପଦରେ ଗଜରାଜ; ସାଢ଼େ ୮ ବର୍ଷରେ ଗଲାଣି ୬୯୮ ହାତୀଙ୍କ ଜୀବନ

ସେପ୍ଟେମ୍ବର ୫ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଟାଇଁସି ସଂରକ୍ଷିତ ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ମୃତଦେହ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ସହ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିଲା । ସେପ୍ଟେମ୍ବର ୨୧ । ହାତୀ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଠଗଡ଼ ନରସିଂହପୁର ଜଙ୍ଗଲରୁ ଉଦ୍ଧାର ହେଲା ଆଉ ଏକ ଦନ୍ତା ହାତୀର ଶବ । More

ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର; ସ୍ୱପ୍ନ ଦେଖାଇ ପିଲାଙ୍କୁ ଠକି ଦେଇଛନ୍ତି ସରକାର

ଆଦର୍ଶ ନାଁରେ ଅବ୍ୟବସ୍ଥାର ଗଣ୍ଡା ଗଣ୍ଡା ଚିତ୍ର । ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଦେଖାଇ କୋମଳମତି ପିଲାଙ୍କୁ ଠକି ଦେଇଛନ୍ତି ସରକାର । କେଉଁଠି ପିଲାମାନେ ଗଛ ତଳେ ପଢୁଛନ୍ତି, କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ, ତ ଆଉ କେଉଁଠି ଛେଳିମେଣ୍ଢା ଗୁହାଳ ଭଳି ଜାକିଜୁକି ହୋଇ ଗୋଟିଏ ରୁମରେ । ବାଲେଶ୍ୱର ସଦର ବ୍ଲକ୍ ହିଞ୍ଜଳାର ପିଲାମାନଙ୍କ ଦେହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୟୁନିଫର୍ମ, କିନ୍ତୁ ଦରିପାଲରେ ଚାଲିଛି ପାଠପଢ଼ା । More

ବାଙ୍କୀରେ ଟଳିଲା ବଡ଼ ବସ୍ ଟ୍ରାଜେଡି; ଝୁଲି ରହିଲା ଯାତ୍ରୀବାହୀ ବସ୍, ବଞ୍ଚିଗଲେ ୫୦ ଯାତ୍ରୀ

ମା’ ଚର୍ଚ୍ଚିକା ବଞ୍ଚେଇ ଦେଲେ । ନହେଲେ କଣ ଯେ ହେଇଥାନ୍ତା । ପୁଣି ଗୋଟେ ବଡ଼ ବ୍ରିଜ୍ ଟ୍ରାଜେଡି, ଓଡ଼ିଶା ଖାତାରେ ପଡ଼ିଥାନ୍ତା । ତଳେ ଭରାପାଣି ଚାଲୁଛି, ପୋଲରେ ବସ୍ ଲଟକିଛି, ଚକ ଗୋଟେ ଦୋଳି ପରି ଝୁଲୁଛି । More