ସଂକ୍ଷେପରେ ଆଜିର ତାଜା ଖବର - Monday, 02 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡାକ୍ତରଙ୍କୁ ଚାପ ମୁକ୍ତ କରିବାକୁ ବିଦେଶ ବୁଲାଉଛନ୍ତି ରାଜ୍ୟ ସରକାର !

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି । More

କ’ଣ ଚାଲିଛି ? ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ପରେ ASI ଆଲିଶାଙ୍କ ରହସ୍ୟଜନକ ମୃତ୍ୟୁ !

ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ । More

SCBରେ ପାଣି ପାଇଁ କଲବଲ ରୋଗୀ; ଟ୍ୟାପ୍ ପାଖରେ ଲାଗୁଛି ସଂପର୍କୀୟଙ୍କ ଲାଇନ୍

ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ । More

ସାଲେପୁରରେ ବିଜେଡି-ବିଜେଡି କଳି, କେନ୍ଦ୍ରାପଡ଼ାରେ ବି ସ୍ଥିତି ସମାନ !

ବିଜେଡି ସାମାଜିକ ମିଡିଆ ସେଲ ଅଧକ୍ଷ କହିଛନ୍ତି ଯଦି, ସମାନ୍ତରଳ ଭାବେ ରାଜନୈତିକ କାର୍ଯ୍ୟକ୍ରମର କିଛି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । More

ବେକରେ ଦଳୀୟ ଉତ୍ତରୀୟ ପକାଇବାରୁ ଚିଡ଼ି ଗଲେ ନବୀନ !

ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ। More

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ ପଟ୍ଟନାୟକ !

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌମ୍ୟ ପଟ୍ଟନାୟକ ଭେଟିଥିବା ନେଇ ଚର୍ଚ୍ଚା ହେଉଛି। ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।  More

ଜଳାପୋଡ଼ା ଯନ୍ତ୍ରଣାରେ ଛଟପଟ ହେଉଛି ୫ ବର୍ଷର କୁନି ଝିଅ ନବିନା

ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । More

ଭୁଲ୍‌ ଚିକିତ୍ସା ପାଇଁ ଚାଲିଗଲା ମହିଳାଙ୍କ ଜୀବନ !

ଭୁଲ୍‌ ଚିକିତ୍ସା ଯୋଗୁ ମହିଳାଙ୍କ ମୃତ୍ୟୁ ! କେନ୍ଦୁଝର ଟାଉନ ଥାନା ଚର୍ଚ୍ଚ ଛକ ନିକଟ ଏକ ଘରୋଇ ହସ୍ପିଟାଲ୍‌ ବିରୋଧରେ ଏଭଳି ଅଭିଯୋଗ ଆସିଛି। More

ଲାଞ୍ଚ ଟଙ୍କା ସହ OSAP କମାଣ୍ଡାଣ୍ଟଙ୍କୁ ଧରିଲା ଭିଜିଲାନ୍ସ, ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ...

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି। More

ଏମିତି ହେଛି ସରକାରୀ କାମ, ୨୫୦ ମିଟର ରାସ୍ତାକୁ ୭ ଥର ବିଲ୍

ଅଢେଇ ଶହ ମିଟର ରାସ୍ତାକୁ ୭ଥର ବିଲ୍। ଗତ ୫ ବର୍ଷ ଭିତରେ ବିଭିନ୍ନ ଯୋଜନାର ଟଙ୍କାକୁ ଯୋଜନାବଦ୍ଧ ଭାବେ ଆତ୍ମସାତ୍ କରାଯାଇଛି। More

ଏ କି ପ୍ରକାର ସରକାରୀ ପ୍ରହସନ, ହାତରେ ଫଳକ ଧରି ୩ବର୍ଷ ହେଲା ଘର ଖୋଜି ବୁଲୁଛନ୍ତି ହିତାଧିକାରୀ

ଆଜିକୁ ୩ ବର୍ଷ ହେଲା ହାତରେ ଫଳକ ଧରି ପଞ୍ଚାୟତ ଅଫିସ୍, ବ୍ଲକ ଅଫିସ୍ ସବୁଆଡେ ଗଲେଣି ହରେକୃଷ୍ଣ ନାୟକ । ମୋ ଘର କେଉଁଠି ଦେଖେଇ ଦିଅନ୍ତୁ ମୁଁ ରହିବି ବୋଲି କହୁଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି। More

କଟକ ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା: ପ୍ରଥମେ ବିଦ୍ୟୁତ୍‌ ବିଭ୍ରାଟ, ଏବେ ପାଣି ଆସୁନି...

ପ୍ରଥମେ ବିଦ୍ୟୁତ୍‌ ବିଭ୍ରାଟ, ଏବେ ପାଣି ସମସ୍ୟା। ଦିନକ ଆଗରୁ ବିଦ୍ୟୁତ୍‌ ନ ଥିଲା । ଆଜି ପାଣି ଆସୁନାହିଁ ।  କଟକ ବଡ଼ ଡାକ୍ତରଖାନାରେ ବଡ଼ ସମସ୍ୟା। More

Panchang Today 2nd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର –ମେଷ ରାତ୍ରି ୧୨.୧୬ ଗତେ ବୃଷ, ତିଥି- ୩ୟା ପ୍ରାତଃ ୦୭.୩୬ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ମେଷ ରାଶିର, ରାତ୍ରି ୧୨.୧୬ ଗତେ ବିଛା ରାଶିର, ଘାତ ବାର- ମିଥୁନ, ପୁଷ୍କର ଦୋଷ- ସନ୍ଧ୍ୟା ୦୬.୨୪ ଗତେ  ୧ ପାଦ କୁତୁମ୍ବହାନି- ତିଳକାଞ୍ଚନ ଦାନ More

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଚଳାଚଳକୁ ବିରୋଧ, ଧର୍ମଘଟ ଡାକରା...

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଚଳାଚଳକୁ ମାଲାକାନଗିରି ଓ କୋରାପୁଟରେ ବିରୋଧ କରାଯାଇଛି। ସରକାରଙ୍କ ଯେଉଁ ସବୁ ସର୍ତ୍ତାବଳୀ ରହିଛି ସେହି ସର୍ତ୍ତରେ ଘରୋଇ ବସ୍ ମାଲିକ ସଂଘକୁ ସାମିଲ କରିବାକୁ ନିବେଦନ। More

ଆଇନଶୃଙ୍ଖଳା ସ୍ଥିତିର ନିୟନ୍ତ୍ରଣ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ମହିଳା ASI

ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । More

୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ

ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ । More

ମଦ ବିକି ସରକାର ମାଲେମାଲ୍, ନବୀନଙ୍କ ତୃତୀୟରୁ ପଞ୍ଚମ ପାଳିରେ ବଢିଛି ୩୬୮ ପ୍ରତିଶତ ଆୟ

ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି। More

ଭାରତୀଙ୍କ ସମର୍ଥନରେ ବାହାରିଲେ ବିଶ୍ୱେଶ୍ୱର ଟୁଡୁ, କହିଲେ, ଓଡ଼ିଶାରେ ୪ ବର୍ଷ ହେଲା ଚାଲିଛି ସାଉଥ୍ ଇଣ୍ଡିଆ କଂପାନୀ ଶାସନ

ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା । More

ଦେଶ ପାଳିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ; ସବୁଠି ଶୁଭିଲା ସ୍ୱଚ୍ଛତା ହିଁ ସେବାର ମନ୍ତ୍ର

ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । More