Advertisment

ବେକରେ ଦଳୀୟ ଉତ୍ତରୀୟ ପକାଇବାରୁ ଚିଡ଼ି ଗଲେ ନବୀନ !

ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ।

author-image
Satyendu Shekher Mishra
Naveen Patnaik

Naveen Patnaik

ବିରକ୍ତ ହେଲେ ନବୀନ। ବିଜେଡି ଜନସଂପର୍କ ପଦଯାତ୍ରା ସଭାମଞ୍ଚରେ କାନ୍ଧରେ ବିଜେଡି ଉତ୍ତରୀୟ ପକାଯିବାକୁ ନେଇ ହଠାତ୍ ବିରକ୍ତି ପ୍ରକାଶ କରିଥିଲେ ଦଳ ସୁପ୍ରିମୋ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ମଞ୍ଚାସୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ନବୀନଙ୍କ ସାର୍ଟରେ ଏକ ଦଳୀୟ ବ୍ୟାଜ୍ ଲଗାଇଥିଲେ। ତାପରେ ରାଜ୍ୟସଭା ସାଂସଦ ସୁଲତା ଦେଓ ନବୀନଙ୍କ କାନ୍ଧରେ ଏକ ଦଳୀୟ ଉତ୍ତରୀୟ ବି ପକାଇଥିଲେ। ହେଲେ ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ।

Advertisment

Coronavirus Odisha Politics
Advertisment
Advertisment