ସଂକ୍ଷେପରେ ଆଜିର ତାଜା ଖବର - Sunday, 24 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୋଟ୍ ପୂର୍ବରୁ କଡ଼ ଲେଉଟାଇବ କି ଚିଟ୍‌ଫଣ୍ଡ ମାମଲା ? ସିସୋର ଲିଙ୍କରେ ୯ ବର୍ଷ ପରେ ସିବିଆଇର ଚାର୍ଜଫ୍ରେମ୍

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ । More

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିବ ୨୪ ନିର୍ବାଚନ ? ତେଜିଲା ରାଜନୀତି

ବିଜେଡି-ବିଜେପି ଏପରି ତୁତୁ ମେମେ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସରୁ ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା । More

ବିଲାତ ଝିଅ ଏବେ ବିନିକା ବୋହୂ; ଓଡ଼ିଶା ପ୍ରେମରେ ଜର୍ମାନୀର ଉଲରିକ୍ ଜେସନ୍

ଶିବାଜୀ ଶୁଣିପାରନ୍ତିନି କି କହିପାରନ୍ତିନି । ତେବେ ଏକାଠି ଦୀର୍ଘ ବର୍ଷ କାମ କରିବା ଭିତରେ ଆଖିରେ ଆଖି ମିଶିଲା, ଆଉ ମନ ସହ ମନ । ୨୦୧୬ରେ ବିଦେଶର ମୋହ ତୁଟାଇ ନିଜ ଜନ୍ମମାଟିକୁ ଫେରିଆସିଲେ ଶିବାଜୀ । More

ମୋଦିଙ୍କୁ ନବୀନଙ୍କ ଭୁରି ଭୁରି ପ୍ରଶଂସା; ୧୦ରୁ ୮ନମ୍ବର ଦେଲେ ମୁଖ୍ୟମନ୍ତ୍ରୀ

ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି ଏବଂ ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି । More

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପୁରୀ-ରାଉରକେଲା ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ

ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି । More

ସାହସୀ ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗକୁ ଦୁଇ ବର୍ଷ; ଓଟିଭି କାର୍ଯ୍ୟାଳୟରେ ସ୍ମୃତି ଚାରଣ

ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠତା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼ୁଛି । More

ପୋଖରୀରେ ବୁଡ଼ି ଚାଲିଗଲା ୨ ଦଶମ ଶ୍ରେଣୀ ଛାତ୍ରଙ୍କ ଜବୀନ

୭ ଜଣ ଛାତ୍ର ଆଜି ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି । More

ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୁହା ହେଲା ଶବ...

ପୁଣି ଶବକୁ ଅସମ୍ମାନ !  ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୁହା ହେଲା ଶବ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ। More

ପୁରୀ-ରାଉରକେଲା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଭର୍ଚୁଆଲ୍‌ ମୋଡ୍‌ରେ ଶୁଭାରମ୍ଭ କଲେ ମୋଦି...

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।  More

‘ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ’

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍‌ କରାଯାଇଛି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଧର୍ମର ଜୟ ହେବ।’ More

ମନେ ପଡ଼ନ୍ତି ଅରିନ୍ଦମ...ଆଜି ବି ସାହସୀ, ଯୁବ ସାମ୍ବାଦିକଙ୍କୁ ଝୁରୁଛନ୍ତି ସମସ୍ତେ

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛିା ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତୋ ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ। More

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି। More

ଉଦ୍‌ଘାଟନର ୭ ଦିନ ପରେ ଖାଁ ଖାଁ ଛତ୍ରବଜାର ଅର୍ବାନ ହାଟ

କଟକ ନେତାଜୀ ବସ୍‌ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି। More

Panchang today 24th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ ଦିବା ୦୧.୪୦ ଗତେ ୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ More

ପାଣି ଟୋପାଏ ପାଇଁ ୪ କି.ମି. ଯାଉଥିଲେ, ଏବେ ପାହାଡ଼ ଛାତି ଚିରି ଆଣିଲେ ପାଣି...

ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି। More

ରେଲ୍‌ୱେ ଟ୍ରାକ୍‌ରେ ବଡ଼ ପଥର ଖଣ୍ଡ, ରାତି ୩ରୁ ଗଡ଼ୁନି ଏକ୍ସପ୍ରେସ୍‌...

ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍‌ୱେ ଟ୍ରାକ୍‌ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍‌। ଗତକାଲି ରାତି ୩ରୁ କୋରାପୁଟ ରେଲ୍‌ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଟକି ରହିଛି।  More

ଭାଙ୍ଗିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଜେପି କରୁଛି ବଡ଼ ଯୋଜନା

ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ । More

ସ୍କ୍ରବ୍ ଟାଇଫସ ଆଁରେ ପଶ୍ଚିମ ଓଡ଼ିଶା; ବଲାଙ୍ଗୀରରେ ବି ମାତିଲେଣି ଚିଗର ପୋକ

ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି । More

ଏ କେମିତିକା ତ୍ରୁଟି ? ଠକେଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍, ଭୁଲରେ ମୁକୁଳିଲେ ବଳାତ୍କାର ଅଭିଯୁକ୍ତ

ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ । More

ତେଜିଲା ବର୍ଷା-ଅନୁଭବ କଳି; ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ

ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ । More

କେମିତି ହେଲା ଯୁବ ଡାକ୍ତରଙ୍କ ମୃତ୍ୟୁ ? ୨୪ ଘଣ୍ଟା ପରେ ବି ସସ୍‌ପେନ୍ସ

କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି । More