• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବୀନଙ୍କ ଭୁରି ଭୁରି ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗ ଦେଇ, ପିଏମ୍ ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଇଛନ୍ତି ନବୀନ ।

ବିଶେଷକରି ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି ଏବଂ ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି । କେବଳ ଏତିକି ନୁହେଁ, କେନ୍ଦ୍ର ସହ ଉତ୍ତମ ସଂପର୍କ ରହିଛି ବୋଲି କହିବା ସହିତ ୱାନ ନେସନ୍ ୱାନ୍ ଇଲେକ୍ସନକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି ।