ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧାର ଟଙ୍କା ମାଗିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଦ୍ୱାରିକୁ ଲୋକମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅମିତର ଘର ଲୋକଙ୍କୁ ବିକାଶ ନିଜେ ଫୋନ କରି ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଥିବା କଥା କହି ଡକାଇଥିଲା। More

କନ୍ୟା ଘରେ ପହଞ୍ଚିବାକୁ ଥିଲା ମାତ୍ର ଆଉ ମାତ୍ର ୧୦ ହାତ ବାଟ, ଚଢ଼ିଗଲା ଦ୍ରୁତଗାମୀ ବସ୍ 

ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ।  More

କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ । More

ଝଲସିବ ଏକାମ୍ର କ୍ଷେତ୍ର, କାଲିଠୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ 

ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା।  ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ। More

ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ

ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  More

କାହିଁକି ବଢ଼ୁଛି ଟମାଟୋ ଦର ? ଜାଣନ୍ତୁ, କ’ଣ କହିଲେ ଯୋଗାଣ ମନ୍ତ୍ରୀ...

ଗୋଟିଏପଟେ ରାସନ୍ ଓ ଅନ୍ୟପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାରେ ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି। More

ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି

ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି। More

ପୁଣି ଏକ ଭୟଙ୍କର ଦୁର୍ଘଟଣା, ଖାଇକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍ !

ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା । More

ପୁଣି ସାମ୍ନାକୁ ଆସିଲା ହନୁମାନ ପଇସା ରାକେଟ, ୫ ଗିରଫ

ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା କାରବାର ପାଇଁ ଡିଲ୍ ଚାଲୁଥିଲା । More

ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଚକ୍ରରାଜ ସୁଦର୍ଶନ ଚଢ଼ିଲେ ରଥରେ

ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ । More

ନବଦିନାତ୍ମକ ଯାତ୍ରାର ଆଉ ଏକ ପର୍ବ ବାହୁଡ଼ା, ଭାଇ ଭଉଣୀଙ୍କ ସହ ରତ୍ନବେଦୀକୁ ଫେରିବେ ମହାବାହୁ

ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। More

ଭୟଙ୍କର ଦୁର୍ଘଟଣା ! ଟ୍ରକ୍ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର

ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି NH ଅବରୋଧ କରାଯାଇଛି । More

ଅଡ଼ୁଆରେ ସଚିବ ଓ ସରକାର ! କେନ୍ଦ୍ରରୁ ଆସିଛି କଡ଼ା ନିର୍ଦେଶ, କେମିତି କରିବେ ସାମ୍ନା..?

ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି। More

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍

ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି । More

ବାହାନଗା ପରି ବଡ଼ ରେଳ ଦୁର୍ଘଟଣାକୁ କିପରି ଏଡ଼େଇ ହେବ ? ୧୧ଟି ପଏଣ୍ଟ....

ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି । More

ଗର୍ଜିଲେ ବେସରକାରୀ କଲେଜ ଅଧ୍ୟାପକ; ବ୍ୟାରିକେଡ୍‌ ଭାଙ୍ଗି ଧାଇଁଲେ ବିଧାନସଭା

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ । More

ସ୍ୱାମୀ CMCରେ ଚାକିରିଆ, ସ୍ତ୍ରୀ CMCର ଠିକାଦାର

ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର । More