ସଂକ୍ଷେପରେ ଆଜିର ତାଜା ଖବର - Sunday, 04 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଟ୍ରେନ୍ ଟ୍ରାଜେଡି: ବାପା-ମାଆଙ୍କୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ବହନ କରିବେ ଅଦାନୀ

ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ।  More

ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ

ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା। More

ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କିୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ... More

ବାହାନଗା ହିରୋଙ୍କୁ ସଲାମ କରୁଛି ସାରା ବିଶ୍ୱ, ଦୁର୍ଘଟଣା ଦୁର୍ଗତଙ୍କ ଦେବଦୂତ ସାଜିଥିଲେ ସ୍ଥାନୀୟ ବାସିନ୍ଦା

ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ । More

ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ କାରଣ କହିଲା ରେଲୱେ ବୋର୍ଡ

କେମିତି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁ କାରଣ ପାଇଁ ଗଲା ଏତେ ଲୋକଙ୍କ ଜୀବନ ? କାହାର ଅବହେଳା ପାଇଁ ଏ ଅଘଟଣ ଘଟିଲାନି ତ ? ଏସବୁ ଘଣ୍ଟାଚକଟା ଭିତରେ ଆଜି ଆସିଛି ଉତ୍ତର ? More

ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର, ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଅନବସର ନୀତି

ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ More

ମୃତ୍ୟୁସଂଖ୍ୟା ଲୁଚାଯାଉଛି, ନିଖୋଜଙ୍କ ବାବଦରେ କିଛି କୁହାଯାଉନାହିଁ: ମମତା

ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି। More

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା : ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି More

ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ପାଇଲେ ବାପା

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ପାଇଁ ସ୍ୱପ୍ନ। More

ସ୍ନାନ ମଣ୍ଡପରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ

ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ More

ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ କେଉଁଠି ଏବେ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ?

ଏତେ ବଡ଼ ଟ୍ରେନ୍‌ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଓ ଆସିଷ୍ଟାଣ୍ଟ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି। More

ଓଡ଼ିଶାର ଏହିସବୁ ସ୍ଥାନରୁ କୋଲକାତାକୁ ମାଗଣାରେ ବସ୍‌ରେ ଯାଇପାରିବେ...

କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍‌ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। More

ଆସିଲା ସଠିକ୍‌ ତଥ୍ୟ; ‘ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ ୨୭୫’

ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । More

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସାମ୍ନାରେ ଚାଲିଗଲା ପ୍ରାଣ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। More

ଟ୍ରେନ୍‌ ଟ୍ରାଜେଡି: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । More

ଓଡ଼ିଶାରେ ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କଲା LIC

ଟ୍ରେନ୍‌ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍‌ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି।  More

ମୋଦିଙ୍କୁ ଫୋନ୍‌ କଲେ ନବୀନ; କହିଲେ..ଜୀବନ ବଞ୍ଚାଇବାକୁ ଚାଲିଛି କସରତ

ବାହାନଗା ଟ୍ରେନ୍‌ ଟ୍ରାଜେଡି ନେଇ ମୋଦିଙ୍କ ସହ କଥା ହେଲେ ନବୀନ । More

BMC ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ବିବରଣୀ

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି । More

ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: କେମିତି ଘଟିଲା ଏତେ ବଡ଼ ଅଘଟଣ, ଜଣାପଡ଼ିଲା କାରଣ...

ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି। More

ଆଇସକ୍ରିମ୍ ଖାଇ ୫୦ରୁ ଅଧିକ ଅସୁସ୍ଥ

ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା। More

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ: ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ

୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ।  More

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି; ସାରା ବିଶ୍ୱରୁ ଛୁଟୁଛି ସମବେଦନାର ସୁଅ

ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ । More

ଏମାନେ ଯମଦ୍ୱାରର ଦେବଦୂତ; ମୃତ୍ୟୁର ମାୟାଜାଲରୁ ବଞ୍ଚାଉଥିଲେ ଜୀବନ

କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ । More

ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା । More

କାଳ ହେଲା କରମଣ୍ଡଳ, କୁଢ଼ କୁଢ଼ ମୃତଦେହ ଭିତରୁ ଚାଲିଛି ପରିଚିତଙ୍କ ମୁହଁ ଖୋଜା

ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ । More

ଅବାକ୍ ଦୁନିଆ, ହତବାକ୍ ଦେଶ, ସ୍ତବ୍ଧ ଓଡ଼ିଶା : ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର

ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ ବି ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ସେଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଶୁକ୍ରବାର କାଳ ରାତି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ । ଛାରଖାର କରିଦେଇଛି ବହୁ ପରିବାରର ଖୁସି।... More