ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘୋଷଣା ହେଲା "ପ୍ରତିମା ପୁରସ୍କାର ୨୦୨୩"; ଜାଣନ୍ତୁ କିଏ ପାଇବେ

‘ପ୍ରତିମା ଫାଉଣ୍ଡେସନ୍’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ପ୍ରବନ୍ଧ, ଶିକ୍ଷା ଓ କଳାକ୍ଷେତ୍ର ଅନଦାନ ପାଇଁ ତିନିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। More

ବିବାହ ବନ୍ଧନରେ ବାନ୍ଧି ହେଲେ ଚଞ୍ଚଲ-ଅନନ୍ୟା

ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା । More

ଶୁଣିଲାନି ପ୍ରଶାସନ, ବିକଳ୍ପ ବାଛିଲେ ବାସିନ୍ଦା; ହାତରେ ପାହାଡ଼ କାଟି କଲେ ୮ କିମି ରାସ୍ତା

ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ । More

ଗୋଟିଏ ଟ୍ରିପ୍, ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଲା

ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା। More

ପୂର୍ବ ପ୍ରାୟୋଜିତ କହି CBI ତଦନ୍ତ ଦାବି କଲା ବିଜେପି, ମୃତ ଚନ୍ଦ୍ରମଣିଙ୍କ ପରିବାରକୁ ଗାଏବ୍ ଅଭିଯୋଗ

ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଗ୍ରାଉଣ୍ଡ ଭିଜିଟ୍ । ସମ୍ବଲପୁର ହିଂସାଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍ । More

ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ପରିବାର; ପତି ପାଇଁ ପତ୍ନୀ-ଭଉଣୀ ଲାଗି ଭାଇ-ପୁଅ ପାଇଁ ମା'

ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ । More

ଆସୁଛି କି ଆଉ ଏକ ଖରାଦିନିଆ ବାତ୍ୟା ? ୬ରେ ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ପରେ ଲଘୁଚାପ

ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର । More

ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟ ନାକ; A+ରୁ Aକୁ ଖସିଲା ଗ୍ରେଡ୍

ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ ୟୁନିଭରସିଟି A+ରୁ A ଗ୍ରେଡକୁ ଖସିଆସିଛି । More

OPSC: ଓଡ଼ିଶାରେ ଚାକିରି; ନିଯୁକ୍ତି ପାଇବେ ଆୟୁର୍ବେଦିକ ମେଡିକାଲ୍‌ ଅଫିସର

OPSC ଆୟୁର୍ବେଦିକ ମେଡିକାଲ୍‌ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ। ଦରମା ୪୪ ହଜାରେ ଟଙ୍କା ପରେ। More

ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର

ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ। More

ବାତ୍ୟାପ୍ରବଣ ମେ’ ମାସ ପାଇଁ ଆଲର୍ଟରେ ଓଡ଼ିଶା ସରକାର: ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।  More

ଜେସିବି ଆଗରେ ବସି ବାହା ହେବା ପାଇଁ ଗଲେ ବର

କାରଣ ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। More

୨୩ ବର୍ଷ ହେଲା ଓଡ଼ିଶାରେ ଚାଲିଛି କୁଶାସନ: ବୈଜୟନ୍ତ

ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି... More

ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗ: ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ

ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। More

ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କବାଣୀ ! କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।  More

ପୋଲିସ୍ ଚାକିରି ପାଇଁ ଦେଖୁଥିଲେ ସ୍ୱପ୍ନ, ଜୀବନ ହାରିଦେଲେ

ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। More

ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ: ଟୋଲ୍‌ ଫ୍ରି ନମ୍ବରରେ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଛାତ୍ରଛାତ୍ରୀ

ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। More

ରିପୋର୍ଟ ଦେଲା NAAC ଟିମ୍, ଖସିଲା ଉତ୍କଳ ବିଶ୍ୱ ବିଦ୍ୟାଳୟ ମାନ୍ୟତା

ଗତମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା । More

କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ । More

୨୦ରେ ସରିବ ସର୍ଭେ, ୨୭ ଯାଏଁ ସ୍ପେସାଲ ଡ୍ରାଇଭ; ୫ ମାସରେ ଚୂଡ଼ାନ୍ତ ତାଲିକା 

ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି । More

କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା । More

‘ଝାରସୁଗୁଡ଼ାରୁ ଆରମ୍ଭ ହେଉ ପରିବର୍ତ୍ତନ, ବିଜେପି ସରକାର ଆସିଲେ ଦୁର୍ନୀତିଖୋର ଜେଲ୍‌ ଯିବେ’

ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ । More