ସଂକ୍ଷେପରେ ଆଜିର ତାଜା ଖବର - Monday, 31 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋର୍ବି ଟ୍ରାଜେଡି ପରେ ଏଠି ପ୍ରଶାସନର ଚେତା ପଶିଲା, କଳଙ୍କି ଲଗା ଝୁଲା ପୋଲକୁ ହେଲା ବ୍ୟାନ୍‌ !

ଟେକନିକାଲ ଟିମ୍ କରିଥିଲା ଝୁଲା ପୋଲର ସ୍ଥିତି ଯାଞ୍ଚ । ଆଉ ଜଣାପଡ଼ିଥିଲା ଜୁଲାପୋଲରେ ଲାଗିଲାଣି କଳଙ୍କି । More

ଗୋଟିଏ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ବାପା-ମା-ଭଉଣୀଙ୍କୁ ମାରି ଆତ୍ମହ୍ୟା କଲା ପୁଅ

କିଛିଦିନ ତଳେ ସ୍ଥିର ହୋଇଥିଲା ସାନ ଭଉଣୀର ବାହାଘର । ହତ୍ୟା ମାମଲା ରୁଜୁ କରି କାରଣ ଖୋଜୁଛି ପୋଲିସ । More

ରାଜଧାନୀରେ ବିଜେପିର ରଣହୁଙ୍କାର; ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍

ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି ।  ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ । More

ଧାମନଗର ଉପନିର୍ବାଚନ: ଗଣ୍ତାଗଣ୍ତା ଟଙ୍କା ବଣ୍ଟା ଭିଡିଓ ଭାଇରାଲ, କେବେ ହେବ କାର୍ଯ୍ୟାନୁଷ୍ଠାନ?

ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି । More

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା, ଭକ୍ତଙ୍କୁ ହେଲା ବାରଣ

ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା । More

ଅନ୍ଧବିଶ୍ୱାସର ପରିଣତି ଏତେ ଭୟଙ୍କର ! ନୃଶଂସ ହତ୍ୟା ପରେ ଗାଁ ପୂରା ଖାଁ ଖାଁ

ଦି ଦିନ ତଳେ ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା। More

ମାତ୍ର ୯୯୯ ଟଙ୍କାରେ ଭୁବନେଶ୍ୱରରୁ ଏହି ସ୍ଥାନକୁ ବିମାନ ଯାତ୍ରା କରନ୍ତୁ...

ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ। More

Today Gold Price- 31st Oct : ସୁନା ଦର ଅପରିବର୍ତ୍ତିତ, କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

କଟକରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । More

ଅର୍ଚ୍ଚନା ନାଗ କେଳେଙ୍କାରୀ ନେଇ କାର୍ଟୁନ ପୋଷ୍ଟର

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି । More

ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ।  More

ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି। More

ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି। More

ବନ୍ଦ ଘରୁ ମିଳିଲା ୪ ମୃତଦେହ, ଦୁର୍ଗନ୍ଧ ବାହାରିବାରୁ ପୋଲିସ୍‌କୁ ଖବର ଦିଆଯାଇଥିଲା

ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ। More

ଚିଲିକାରେ ବିଦେଶୀ ଅତିଥିଙ୍କ ସମାଗମ: ମଙ୍ଗଳାଯୋଡ଼ି, ନଳବଣରେ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ

ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। More

ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ !

ଖୋର୍ଦ୍ଧା ବାଲିପାଟଣା IIC ନିଜ ନାଁରେ ମାମଲା ରୁଜୁ କଲେ । ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ । More

ଧାମନଗର ଉପନିର୍ବାଚନ: ଫୋକସରେ SHG ମହିଳା, ବୁଲି ବୁଲି BJD ପାଇଁ ବାଣ୍ଟୁଛନ୍ତି ଟଙ୍କା !

SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ । More

ଧାମନଗର ଉପନିର୍ବାଚନ: କାମ କରୁନି ନେତାଙ୍କ ପ୍ରତିଶ୍ରୁତି, ଗୋଲାପୀ ସ୍ୱପ୍ନ ଦେଖାଇଲେ ବି ଅଣଆଡ଼ିଆ ଭୋଟର

ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି । More

ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି। More