Advertisment

ବନ୍ଦ ଘରୁ ମିଳିଲା ୪ ମୃତଦେହ, ଦୁର୍ଗନ୍ଧ ବାହାରିବାରୁ ପୋଲିସ୍‌କୁ ଖବର ଦିଆଯାଇଥିଲା

ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Deadbody Found in Bargarh

Family of 4 found dead in locked house

ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାମଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ- ଶେଷଦେବ ମେହେର(୬୫), ତାଙ୍କ ପତ୍ନୀ ଖିରେଶ୍ଵରୀ ମେହେର(୬୦), ପୁଅ ଅରବିନ୍ଦ ମେହେର(୩୦) ଓ ଝିଅ ଶିବାନୀ ମେହେର(୨୨)। 

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘରକୁ ସିଲ୍‌ କରିଥିଲା। ଆଜି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍‌ ପହଞ୍ଚି ଖୋଳତାଡ଼ କରିବ।  ଘର ପଛ ପଟୁ କବାଟ ବନ୍ଦ ଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସ୍‌ପେନ୍ସ ଲାଗି ରହିଛି। କେଉଁ ପରିସ୍ଥିତିରେ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଭେଡେନ୍ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଘଟଣାସ୍ଥଳରେ ସଦଳବଳେ ପହଞ୍ଚିବା ପରେ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ଖୋଲାଯାଇଥିଲା। ଅନ୍ଧାର ଘର ଭିତରେ ୪ଟି ମୃତଦେହ ପଡ଼ି ରହିବା ସହ ଘର ଭିତରୁ ଦୁର୍ଗନ୍ଧ ବାହାରୁଛି। ତେବେ କେତେଦିନ ପୂର୍ବେ ଏହି ୪ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ଖୋଳତାଡ଼ ଜାରି ରହିଛି। ଶେଷଦେବଙ୍କ ପ୍ରଥମ ପତ୍ନୀଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବାବେଳେ ପ୍ରଥମ ଝିଅକୁ ସ୍ଥାନୀୟ କୁବେଡେଗା ଗାଁରେ ସେ ବିବାହ କରାଇଛନ୍ତି ଏବଂ ପୁଅ ଅରବିନ୍ଦ, ଦ୍ଵିତୀୟ ସ୍ତ୍ରୀ ଖିରେଶ୍ୱରୀ ଓ ଝିଅ ଶିବାନୀ ମିଶି ରହୁଥିଲେ। ସେମାନଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି। 

Advertisment
Murder Deadbody Found
Advertisment
Advertisment