ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨୦୨୪ ସୁଦ୍ଧା ହେବ ମାଲକାନଗିରି ଏୟାରପୋର୍ଟ

ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। More

ତେଲ ଉପରେ କଟକଣା ଲଗାଇଲେ ମୁଖାର୍ମୀ ହେବ: ଋଷ ଉପପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି। More

ଏକ୍‌ଜିଟ୍‌ ପୋଲ କହୁଛି ୟୁପି-ମଣିପୁରରେ ବିଜେପି ସରକାର, ପଞ୍ଜାବରେ ଆପ୍‌ର ହେବ ଐତିହାସିକ ବିଜୟ

୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ । More

ନିଜ ଜୀବନ ସିନା ସଂଘର୍ଷରେ, କିନ୍ତୁ ପର ପାଇଁ କାନ୍ଦୁଛି ହୃଦୟ

ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପଣ କରିବାରେ ଜଣେ ନାରୀଠୁ କିଏ ବା ବଳିଯାଇପାରିବ? ଯାହାଙ୍କ ସକାଳ ହୁଏ ସେବାରୁ, ଆଉ ସଞ୍ଜ ହୁଏ ସମର୍ପଣରୁ। ଏନେଇ କିଏ ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ହୋଇଥାଇପାରନ୍ତି ତ ଆଉ କିଏ ସୁଖ, ସ୍ୱାଛନ୍ଦକୁ ଭୁଲିଯାଇଛନ୍ତି। ହେଲେ ସମାଜସେବାକୁ ଛାଡି ନାହାନ୍ତି। More

ବୁଲେଟ୍‌ରେ ବୁଲି ନାରୀ-ପୁରୁଷ ସମାନତା ବୁଝାଇଲେ ମହିଳା

ପ୍ରାଚୀନ କାଳରୁ ନାରୀମାନେ ଶାରିରୀକ ଓ ମାନସିକ ଭାବେ ପୁରୁଷଙ୍କ ସହ ସମାନ More

OTV Queens ପାଳିଲେ ଅନ୍ତର୍ଜାତୀୟ ମହିଳା ଦିବସ

ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ ।  More

ପାକିସ୍ତାନ ମିଡିଆରେ ଚର୍ଚ୍ଚା: ପୁଣି ୟୁପି ଗଡ଼ ଦଖଲ କରିବେ ଯୋଗୀ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।  More

୨୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ।  More

ଆୟ ‍ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ଗିରଫ ହେଲେ କଲେଜ ଅଧ୍ୟକ୍ଷ

ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ ହୋଇଥିଲା । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା । More

ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ଦଖଲ କରିବ କିଏ?

ଗତଥର ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଯାଇଥିଲା ବିଜେଡି। More

ଅଧା ବାଟରୁ ଡାକିଲା ମୃତ୍ୟୁ, ବାହାଘର ଭୋଜି ଖାଇ ଫେରୁଥିଲେ ଘରକୁ

ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। More

ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ

ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ । More

ଖୁବ୍‌ଶୀଘ୍ର ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ଖୁବ୍‌ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।  More

୧୮ ପତ୍ନୀଙ୍କ ସ୍ୱାମୀ ରମେଶ ନାଁରେ ନୂଆ ଷ୍ଟୋରୀ, ଯୁବତୀଙ୍କୁ ଫସାଇବାକୁ କ୍ରିଏଟ୍ କରୁଥିଲା ଇମୋସ୍‌ନାଲ ସିନ୍‌

ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । More

ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣା : ମାମଲାରେ ଆଜି ପ୍ରଥମ ଶୁଣାଣି

ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଆଜି ପ୍ରଥମ ଶୁଣାଣି More

କୋଲକାତାରୁ ବନ୍ଧା ହେଲେ ଚିଟ୍‌ଫଣ୍ଡ ଠକ, ୧୫ କୋଟି ଟଙ୍କା ନେଇ ଫେରାର ଥିଲେ

କୋଲକାତାରୁ ବନ୍ଧା ହେଲା ଚିଟ୍‌ଫଣ୍ଡ ଠକ। ୧୫ କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି। More

ପରିଣତ ବୟସରେ ସମାଜ ସେବାରେ ମଗ୍ନ : ପାଇବାର ଆଶା ନରଖି ଜୀବନ ତମାମ ଦାନ କରୁଛନ୍ତି ଡାକ୍ତର ନାରାୟଣୀ ପଣ୍ଡା

ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୫ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର । ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି । More

ନାରୀ ଶକ୍ତି ପୁରସ୍କାର ପାଇବେ ଓଡ଼ିଶାର ଶ୍ରୁତି ମହାପାତ୍ର

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘ନାରୀ ଶକ୍ତି’ ପୁରସ୍କାର ପାଇବେ ଓଡ଼ିଶାର ଶ୍ରୁତି ମହାପାତ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କ ସମେତ ୨୯ ଜଣ ମହିଳାଙ୍କୁ ସମ୍ମାନିତ କରିବେ।  More

ଶ୍ରଦ୍ଧାଳୁ ବାନ୍ତି କରିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଦର୍ଶନ ବନ୍ଦ ରଖାଯାଇଛି। ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। More

Daily Horoscope 08 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ତା ୮ ରିଖ, ମଙ୍ଗଳବାର କୁମ୍ଭ ୨୪ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ। ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର More

ବଢ଼ିବ ବଢ଼ିବ ହେଉଛି ପେଟ୍ରୋଲ-ଡିଜେଲ୍ ଦର, ଏଣେ ଛାନିଆ ଗ୍ରାହକ

ମଧ୍ୟବିତ୍ତ ଖାଉଟିଙ୍କ ହାଣ୍ଡିଶାଳରେ ରୁଷ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ଗଲା ୧୦ ଦିନ ଭିତରେ ସୂର୍ଯ୍ୟମୂଖୀ ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପରେ ସାଧାରଣରେ ଭାଳେଣି । More

ନାରୀ ସଶକ୍ତିକରଣର ବଡ ଉଦାହରଣ; ଘରେ ନ ବସି କ୍ୟାଫେ ଚଳାଉଛନ୍ତି ମହିଳା ବ୍ରିଗେଡ

କିଏ ପରିବା କାଟୁଛି ତ ଆଉ କିଏ ଚୁଲିରେ ବସି ଛାଣିବାରେ ବ୍ୟସ୍ତ । ଆଉ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପରେ ପୁଣି ଗ୍ରାହକଙ୍କୁ ପରସି ଦେଛନ୍ତି ମହିଳା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଘର ପାଇଁ କିମ୍ବା କୌଣସି ଭୋଜି ପାଇଁ ଏହି ରୋଷେଇରେ ବ୍ୟସ୍ତ ନୁହଁନ୍ତି । ଏମାନେ ସମସ୍ତେ ଜଣେ ଜଣେ ସ୍ୱାୟଂ ସହାୟକ ଗଷ୍ଠୀର ସଦସ୍ୟ । More

ଯେତେ ଚୋରି କଲେ ବି ମନ ବୁଝୁନି, ଜେଲ୍‌ରୁ ବାହାରି ତିଆରି କଲା ଗ୍ୟାଙ୍ଗ

ଏବେ ସୁଦ୍ଧା ଉକ୍ତ ଚୋର ବିରୋଧରେ ୪୪ଟି ମାମଲା ରହିଛି । ପୂବରୁ ୩୭ଟି କେସ୍‌ କରି ଜେଲ୍‌ ଦଣ୍ଡ ଭୋଗି ସାରିଥିବା ବେଳେ ଏବେ ଆଉ ୭ଟି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । More

"ବିଜେଡି ଧୋକାବାଜ୍‌; ଆଶା ଦେଇ ଆଶା ଭାଙ୍ଗିଦେଲା"

ବିଜ଼େଡିକୁ ବିଦ୍ରୋହୀ ଟେନସନ୍‌ । ପୌର ନିର୍ବାଚନରେ ଅନେକ ବିଦ୍ରୋହୀ ବିଜେଡି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି । ଏମିତି ମାଳ ମାଳ ବିଜେଡି ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । କାରଣ ହେଲା ଦଳୀୟ ଟିକେଟ୍ ସସପେନ୍ସ । ସେପଟେ ଦଳର କହିବା ହେଲା ସମୟ କମ୍ ଥିବାରୁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଟିକଟ ପହଞ୍ଚି ସାରିଛି । More

ନାହିଁ ନଥିବା ଭିଡ଼ରେ ସରିଲା ପୌର ନିର୍ବାଚନ ନାମାଙ୍କନ ଦାଖଲ

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ। More

ପୌର ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ବଡ଼ ବୟାନ, କହିଲେ..

ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି । More

ଲୋକଙ୍କ ଦୁଃଖ ଦୂର ସହ ଆର୍ଥିକ ବୋଝକୁ ହାଲୁକା କରୁଛି ଜନ ଔଷଧି ! ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । More