• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ମାର୍ଚ୍ଚ ତା ୮ ରିଖ, ମଙ୍ଗଳବାର କୁମ୍ଭ ୨୪ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ। ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର

ଘାତ ବାର-: ମକର ରାଶି

ଘାତ ଚନ୍ଦ୍ର-: ମେଷ ରାଶି

ଆଜିର ନିଷେଧ ଖାଦ୍ୟ- ପିତା ଦ୍ରବ୍ୟ

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ-

ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ।

କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ।

ପାରିବାରିକ ସମସ୍ୟାର ସମାଧାନ ହେବ, ଯାହା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।

ପ୍ରତିକାର- ଲାଲ୍ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ବୃଷ-

ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ବହୁ ଦିନର ଆଶା ଅଭିଳାଷ ପୁରଣ ହେବ।

ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ, ଆୟ ବୃଦ୍ଧି ଘଟିବ।

ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହେବ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ-

ଆଜି ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବେ।

ପୂର୍ବ ଅପେକ୍ଷା ବ୍ୟବସାୟରେ ଆୟ ବୃଦ୍ଧି ଘଟିବ।

ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ-

ପୂର୍ବରୁ ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ।

ଶତୃମାନେ ମିତ୍ରଭାବ ଆଚରଣ କରିବେ।

ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

ସିଂହ-

ଆଜି ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ।

ଶତୃମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ।

ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ।

କନ୍ୟା-

ଆଜି କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ।

ଗୃହ କିମ୍ବା ଯାନବାହନ କିଣିବାକୁ ଯୋଜନା ପ୍ରସ୍ତୁତ କରିବେ।

ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ।

ପ୍ରତିକାର- ଭଗବାନ ବିଷ୍ଣୁ ପୂଜା କରିବା ସହିତ ଘୃତ ଦୀପ ଜାଳନ୍ତୁ।

ତୁଳା-

ଆଜି ଯେ କୌଣସି କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ।

ବ୍ୟବସାୟରେ ବାଣିଜ୍ୟରେ ଲାଭବାନ୍ ହେବେ ।

ପାରିବାରିକ ଅଶାନ୍ତି ଦୂରେଇ ଯିବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ।

ପ୍ରତିକାର- ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।

ବିଛା-

ଶରୀର ସୁସ୍ଥ ରହିବ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।

ଯୁବକ ଯୁବତୀମାନେ କଠିନ ପରିଶ୍ରମ କରିବା ଦ୍ୱାରା ଯଶ-ମାନ ସମ୍ମାନ ମିଳିବ।

ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ-

ଆଜି ଶାରୀରିକ ମାନସିକ ପାରିବାରିକ ଜୀବନ ସୁଖପ୍ରଦ ହେବ।

ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ।

ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହେବ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।

ମକର-

ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କୁମ୍ଭ-

ଆଜି ବୁଦ୍ଧି ବିବେକ ନିଷ୍ଠା ଉଦ୍ୟମ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରଶଂସା ପାଇବେ।

ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ । ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ପ୍ରତିକାର:- ଗୋମାତାକୁ ଦୁବଘାସ ଖାଇବାକୁ ଦିଅନ୍ତୁ।

ମୀନ-

କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ମିଳିବ।

ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ।

ପରିବାରରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିବ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।