Advertisment

ବିଜେଡି ଧୋକାବାଜ୍‌; ଆଶା ଦେଇ ଆଶା ଭାଙ୍ଗିଦେଲା

ବିଜ଼େଡିକୁ ବିଦ୍ରୋହୀ ଟେନସନ୍‌ । ପୌର ନିର୍ବାଚନରେ ଅନେକ ବିଦ୍ରୋହୀ ବିଜେଡି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି । ଏମିତି ମାଳ ମାଳ ବିଜେଡି ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । କାରଣ ହେଲା ଦଳୀୟ ଟିକେଟ୍ ସସପେନ୍ସ । ସେପଟେ ଦଳର କହିବା ହେଲା ସମୟ କମ୍ ଥିବାରୁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଟିକଟ ପହଞ୍ଚି ସାରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Municipal Elections 2022

Municipal Elections 2022

ନାମାଙ୍କନ ଦାଖଲ ସରିଲା ହେଲେ ବିଜେଡିରେ ବିଧିବଦ୍ଧ ଟିକେଟ୍ ଘୋଷଣା ହେଲାନି । ଶେଷ ପର୍ଯ୍ୟନ୍ତ ସସପେନ୍ସରେ ଆଶାୟୀଙ୍କୁ ରଖିଲା ଶାସକ ଦଳ ବିଜେଡି । ଆଉ ଫଳ-ଶେଷ ମୁହୂର୍ତ୍ତରେ ଦଳ ଉପରୁ ଭରସା ତୁଟାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ମାଳ ମାଳ ନେତା । ଉଦାହରଣ- ଭୁବନେଶ୍ୱର ୱାର୍ଡ ନଂ ୩୯ ଏଠାରୁ ବିଜେଡି ଟିକେଟରୁ ସୁନୀତା ପାଇକରାୟ ନାମାଙ୍କନ ଭରିଥିବାବେଳେ ସେହିଠାରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ସ୍ୱାଧୀନରେ ନାମାଙ୍କନ ଭରିଛନ୍ତି ରିତିକା ବଳବନ୍ତରାୟ ।

Advertisment

ସେହିଭଳି ୱାର୍ଡ ନଂ ୩୭ରେ ସମାନ ସ୍ଥିତି । ପୂର୍ବତନ କର୍ପୋରେଟର ନବକିଶୋର ବେହେରା ନିଜ ସ୍ତ୍ରୀଙ୍କୁ ଏଠାରୁ ବିଜେଡି ଟିକେଟରୁ ଛିଡା କରିଛନ୍ତି । ସାଧାରଣ ନିର୍ବାଚନରେ ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଅର୍ଜ୍ଜୁନ ବେହେରା ଏହାକୁ ଚାଲେଞ୍ଜ କରି ନିଜ ପତ୍ନୀ ବନ୍ଦିତା ପାଲ୍‌ଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । କେବଳ ଏକିତି ନୁହେଁ ୱାର୍ଡ ନଂ ୨୯ର ପୂର୍ବତନ ବିଜେଡି କର୍ପୋରେଟର ଶେଖ ନିଜାମୁଦ୍ଦିନ, ୱାର୍ଡ ନଂ ୭ ସ୍ୱର୍ଣ୍ଣପ୍ରଭା ରାୟଙ୍କୁ ମଧ୍ୟ ଟିକେଟ ନମିଳିବାରୁ ସେମାନେ ବନିଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ ।

ଠିକ୍ ସେହିପରି ଭାବେ ଖୋର୍ଦ୍ଧା ପୌର ପରିଷଦରେ ବି ଅନୁରୂପ ସ୍ଥିତି । ଏଠି ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ କନକଲକ୍ଷ୍ମୀ ମହାନ୍ତିଙ୍କ ବିରୋଧରେ ବିଜେଡିର ଖୋର୍ଦ୍ଧା ଟାଉନ୍ ସଭାପତି ମହମ୍ମଦ ଆରିଫ ନିଜ ପତ୍ନୀ ସବନମ ବିବିଙ୍କୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରାଇଛନ୍ତି।

Advertisment

ଖାଲି ଭୁବନେଶ୍ୱରରେ ନୁହେଁ, କଟକରେ ମଧ୍ୟ ଶାସକ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି । ଟିକେଟ ଆଶା ମଉଳିବାରୁ ୨୭ନଂ ୱାର୍ଡ଼ର କେଦାର ପୃଷ୍ଟି ଗତକାଲି ରାତିରେ ବିଜେଡି ଛାଡି କଂଗ୍ରେସରେ ମିଶିଛନ୍ତି । ଆଉ ଆଜି ନାମାଙ୍କନ ପତ୍ର ଦାଖଲ କରି ବିଜେଡି ବିରୋଧରେ ବିଷ ଉଗାଳିଛନ୍ତି । ସେହିପରି ୯ ନଂ ୱାର୍ଡର ବିକାଶ ରଞ୍ଜନ ବେହେରା ବିଜେଡିରୁ ଟିକେଟ ନମିଳିବାରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।

ଚର୍ଚ୍ଚା ହେଉଛି ଦଳ ଡିଆଁ ପର୍ବକୁ ଚେକ୍ ଦେବାକୁ ୱାଡୱାରୀ ପ୍ରାର୍ଥୀ ତାଲିକା ଘୋଷଣା କଲାନି ବିଜେଡି । କଂଗ୍ରେସ ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ୍ କରିଥିଲା ବେଳେ ବିଜେଡି କହିଛି ସମୟ ଅଭାବରୁ ଏମିତି ହୋଇଛି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି।

ରିପୋର୍ଟର- କଟକରୁ ପ୍ରଭାତ ବିଷୋୟୀ, ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ଜଗଦୀଶ ଦାସ

Municipal Elections 2022
Advertisment
Advertisment