ସଂକ୍ଷେପରେ ଆଜିର ତାଜା ଖବର - Tuesday, 04 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୬ ସପ୍ତାହରେ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ସାରିବାକୁ ନିର୍ଦ୍ଦେଶ

୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି । More

ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି, ସର୍ବଦଳୀୟ ବୈଠକରେ ହେବ ବଡ଼ ନିଷ୍ପତ୍ତି

ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍‌ରେ ଅଛନ୍ତି  ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । More

ମାଟ୍ରିକ୍ ପିଲାଙ୍କ ପାଇଁ ପ୍ରଥମ ଥର ସମ୍ମେଟିଭ ପରୀକ୍ଷା

ଓମିକ୍ରନ୍‌ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । More

“ଗାଁରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ନହେଲେ ଆମେ ପଂଚାୟତ ନିର୍ବାଚନ ବର୍ଜନ କରିବୁ”

ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍‌ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ More

ବଢ଼ିଲା ଚିନ୍ତା ‘ଶରୀରରେ କରୋନା ଟିକାର ପ୍ରଭାବ ମାତ୍ର ୬ ମାସ’

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । More

ଝିଅଙ୍କ ବିବାହ ବୟସ ୨୧କୁ ନେଇ ବିବାଦ ! ‘ବଢ଼ିବ ଅବିବାହିତ ମାତୃତ୍ୱ ସଂଖ୍ୟା ଆଉ ଭୃଣ ହତ୍ୟା’

୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ବିବାହ ପ୍ରତିବନ୍ଧକ କଷ୍ଟସାଧ୍ୟ ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି । More

ସୁମିତଙ୍କ ବେଡରୁମ୍ ରେ ରହିବେ କି ତପସ୍ୱିନୀ ?

କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ More

ପାହାଡ଼ି ଇଲାକାରେ ଫଳୁଛି ଆପେଲ ଓ ନାସପାତି

ନିଜ ବାଡ଼ିରେ ଫଳ ଚାଷ କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି More

ମାଡ଼ିଆସିଲାଣି କରୋନା ! ୧୦ ଦିନରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ପାଇଁ ନିର୍ଦେଶ

୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ବଢୁଛି, ଓଡ଼ିଶାରେ ବି ବଢ଼ିବା ଆରମ୍ଭ ହୋଇଛି । ତେଣୁ କୋଭିଡର ଉତ୍ତମ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । More

ଅନିର୍ଦ୍ଧିଷ୍ଟ କାଳ ପାଇଁ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ ବନ୍ଦ !

ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । More

ପୋଲିସ ଭୟରେ ଢିଙ୍କିଆ ଗାଁ ମୁଣ୍ଡରେ ଫାଟକ ପକାଇ ଜଗରହିଲେ ଗାଁ ଲୋକେ

ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ପୋଲିସ-ଜନତାଙ୍କର ଚାଲିଛି ଛକାପଞ୍ଝା : ନିଜ ଜିଦ୍‌ରେ ଅଟଳ ସ୍ଥାନୀୟ ଅଂଚଳର ଲୋକ More

ସ୍ୱାମୀ ଚାଲି ପାରୁ ନାହାଁନ୍ତି, ସ୍ତ୍ରୀ ଦୃଷ୍ଟିହୀନ ! ଅସହାୟ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

ଭୋଗରାଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଅମୂଲ୍ୟ ଜେନା ଓ ସ୍ତ୍ରୀ ପାର୍ବତୀ ଜେନା । ସରକାରୀ ସହାୟତା କହିଲେ କେବଳ ୫ କେଜି ଚାଉଳ ଓ ଭତ୍ତା । ଘର ଖଣ୍ଡିକ ନଥିବାରୁ ୨୫ ବର୍ଷ ହେବ ରାସ୍ତା କୋଡ଼ରେ ଜୀବନ ବିତାଉଥିଲେ । ବାର୍ଦ୍ଧକ୍ୟ ଆସିବାରୁ ଗ୍ରାମବମୀ ମାନେ ଅସମ୍ପୂର୍ଣ୍ଣ ଏକ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ଦେଇଛନ୍ତି More

କୋର୍ଟଙ୍କ ରାୟ ପରେ ବି ବିବାଦ ତୁଟିଲାନି, ତପସ୍ୱିନୀଙ୍କୁ ପୁଣି ଚ୍ୟାଲେଞ୍ଜ

ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଆଜି ଶୁଣାଇଛନ୍ତି ରାୟ। ୪୪ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । More

ପିକ୍‌ନିକ୍‌ ପାଇଁ ଯାଉଥିଲେ, ଘାଟି ତଳକୁ ଖସିଲା କାର୍‌

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍‌। କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। More

ତପସ୍ୱିନୀଙ୍କ ଆଖିରେ ଖୁସିର ଲୁହ, କହିଲେ- ‘ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ’

ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More

ସାର୍ କହୁଛନ୍ତି… ତୁ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ

‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ। More

କୋର୍ଟଙ୍କ ବଡ଼ ରାୟ : ସୁମିତ୍‌ଙ୍କ ଘରେ ରହିବେ ତପସ୍ୱିନୀ

ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା More

ଆସନ୍ତାକାଲିଠୁ ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା, ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ। More

ନାଇଜରରେ ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା

ଏକାଥରକେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଚିହ୍ନଟ ହେଲେ ୩୧ ଜଣ କରୋନା ଆକ୍ରାନ୍ତ । More

ଦରକାର ହେଲେ ଆସିବ ନୂଆ ଗାଇଡଲାଇନ୍‌: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି। More

ତପସ୍ୱିନୀ-ସୁମିତ୍ ମାମଲାର ପଡ଼ିବ କି ପୂର୍ଣ୍ଣଚ୍ଛେଦ ?

ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି। More

ଭୁବନେଶ୍ୱର ଡିସିପି ଅଫିସ୍ ବନ୍ଦ କଲା BMC

ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍‌କୁ BMC ବନ୍ଦ କରିଛି। ଏନେଇ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି। More

ପୁରୀକୁ ଫେରିଲା କଣ୍ଟେନମେଣ୍ଟ, ହୋଟେଲ୍‌ରୁ ୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍‌ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍‌ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି। More

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି।  More

ଗଲୱାନରେ ଡ୍ରାଗନ୍ ସେନା ଉଡ଼ାଇଲେ ଚୀନର ଜାତୀୟ ପତାକା

ଖାଲି ଚୀନ୍ ପତାକା ଉଡ଼ାଇନି, ଏହାର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି। More

Daily Horoscope,04 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁଆରୀ ତା ୪ତାରିଖ, ମଙ୍ଗଳବାର, ଧନୁ ୨୦ଦିନ, ପୌଷ ମାସ, ଶୁଳ୍କପକ୍ଷ, ଦ୍ୱିତୀୟା ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର । ଆଜି ମକର ରାଶିର ଘାତବାର ଓ ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର । ଆଜି ବୋଇତି କଖାରୁ ଖାଇବା ନିଷେଧ । ଆଜି ଦ୍ୱିତୀୟାର ଚନ୍ଦ୍ର ଦର୍ଶନ ପୂଜା । More

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ କରୋନା

ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କଲେ କେଜରିଓ୍ୱାଲ More

ଏନସିବିରୁ ହଟିଲେ ଦବଙ୍ଗ ଅଫିସର୍ ସମୀର ୱାଙ୍ଖଡେ

ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। More

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । More

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଆତୁର ହେଲା ଭକ୍ତ

ନୂଆବର୍ଷରେ ଶ୍ରୀଜିଉଙ୍କ ପାଖରେ ଲାଗିଲା ଭକ୍ତଙ୍କ ଗହଳି, ଜଗା ଦର୍ଶନ ପାଇଁ ପାଗଳ ହେଲେ ଭକ୍ତ More

ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ସଂରକ୍ଷଣକୁ ନେଇ ବଢୁଛି ଅସନ୍ତୋଷ, ଆଇନ ଅନୁସାରେ ସଂରକ୍ଷଣ କରାଯାଇଥିବା ଶାସକ ଦଳ ପ୍ରତିକ୍ରିୟା ଦେଇ କହିଛି More

ଚାଉଳ ଦେବା ନାଁରେ ୫ ଜିଲ୍ଲାରେ ପ୍ରାୟ ୨୪ କୋଟି ଚଳୁ

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି । More

ମାଆ ନା ପିଶାଚ? ନିଜ ଛୁଆର ତଣ୍ଟି ଚିପି କଲା ହତ୍ୟା

କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର More