Advertisment

ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ; ଆଜି ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି।  

Advertisment

ସେପଟେ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି। ରାଜଧାନୀର ଶାନ୍ତି ପଥ, ନାରୋଜୀ ନଗର, ଭିକାଜୀ କାମା ଅଞ୍ଚଳ ଏବେ ପାଣି ଘେରରେ। ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି। ଶାନ୍ତି ପଥ ଅଞ୍ଚଳ ଯେଉଁଠି ଅନ୍ୟ ଦିନରେ ଚକାଚକ୍ ରାସ୍ତା ଥାଏ ଆଜି ପାଣିରେ ବୁଡ଼ି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି। ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି। ତା’ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି। 

ଅଧିକ ପଢନ୍ତୁ : ଆସନ୍ତା ୪ ଦିନ ଯାଏ ଆହୁରି ବର୍ଷିବ! ଟ୍ୱିନସିଟି ସମେତ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ

Advertisment

ଦିଲ୍ଲୀ ବର୍ଷାର ସିଧା ପ୍ରଭାବ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପଡ଼ିଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥ ସକାଳୁ ସକାଳୁ ଜାମ୍ ହୋଇଛି। ସମୟ ବଢ଼ିବା ସହ ଏହି ସ୍ଥିତି ଅଧିକ ବିଗିଡ଼ିପାରେ। ଦୁଇ ଦିନ ହେଲା ଦିଲ୍ଲୀରେ ଲଗାଣ ବର୍ଷା ଓ ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ଏପରି ସ୍ଥିତି ଉପୁଜିଛି। 

ପଶ୍ଚିମ ଭାରତରେ ବି ବର୍ଷା ବିତ୍ପାତ। ମହାରାଷ୍ଟ୍ର ମୁମ୍ବାଇ, ପୁଣେ ସହରରେ ବିଗିଡ଼ିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି। ପୁଣେ ଅବସ୍ଥା ସଂଘାତିକ ହେଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି।

Advertisment

Heavy Rainfall Alert Heavy Rainfall Warning Heavy Rainfall In Odisha IMD Issues Heavy Rainfall Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ