Advertisment

ଚାଷୀଙ୍କ ପାଇଁ ଖୁସି ଖବର; ୬ ତାରିଖରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ...

ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷା ପରିମାଣ । ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ।

ଅଦ୍ୟତନ ହୋଇଛି
Rainfall Alert In Odisha From 6 July

Rainfall Alert

Advertisment

ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ ପ୍ରତିଦିନ କିଛି କିଛି ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷା ପରିମାଣ । ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। କାଁ ଭାଁ କେଉଁଠି ହେଉଛି ଝିପିଝିପି ବର୍ଷା। 

Advertisment

ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ରହିଛି ବର୍ଷା ପରିମାଣ। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷା !! ଉବୁଟୁବୁ ହେଉଛି ପୂରା ଦେଶ, ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି

Advertisment

ଅନ୍ୟପଟେ ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି । ଉତ୍ତର ସିକ୍କିମ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଲପାଇଗୁଡି, କଲିମପୋଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୋମବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ହୋଇଛି ।

Advertisment

ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ସେନା ମୁତୟନ ହୋଇଛନ୍ତି । ଏପଟେ ଲଗାଣ ବର୍ଷାରେ କେଦାରନାଥରେ ବରଫ ଧସିଛି । କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ବିଶାଳ ବରଫ ପାହାଡ଼ ଧସି ଯାଇଛି । ବରଫର ଏକ ବିଶାଳ ଅଂଶ ଧିରେ ଧିରେ ଧସି ବହୁ ତଳେ ଥିବା ଗାନ୍ଧି ସରୋବରରେ ଆସି ଅଟକିଛି।

ଅଧିକ ପଢ଼ନ୍ତୁ: ବର୍ଷାରେ ବେହାଲ୍ ଉତ୍ତର-ଭାରତ; ସିକ୍କିମରେ ଜଳପ୍ରଳୟ, କେଦାରନାଥରେ ଧସିଲା ବରଫ ପାହାଡ଼

Weather Update Rainfall Alert Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ