Advertisment

ତାତିରୁ ମିଳିଛି ଆଶ୍ବସ୍ତି, ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା ।

ଅଦ୍ୟତନ ହୋଇଛି
Rain Alert In Odisha For next 4 days

thunderstorm

Advertisment

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ପ୍ରଭାବ ରହିବା ପୂର୍ବାନୁମାନ କରାଯାଇଛି । ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ଗଛ ଉପୁଡିବା ସହ କିଛି ଘରର ଛାତ ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିବାରୁ ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ହେଲାଣି ବିଜୁଳି ସେବା ପ୍ରଭାବିତ ହୋଇଥିଲା।...

Advertisment

୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ୯ ତାରିଖରେ ବି ରହିବ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ଗତକାଲି ରାଜ୍ୟରେ ୨୦ ସହରରେ ପାରଦ ୩୫ ଡିଗ୍ରୀ ତଳେ ରହିଥିଲା ।

ଅଧିକ ପଢ଼ନ୍ତୁ: ବର୍ଷା ମାଡ଼ରେ ଆଣ୍ଠେଇଲା ତାତି; ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ସୂଚନା ଅନୁଯାୟୀ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏଥିପାଇଁ ମତ୍ସଜୀବଙ୍କୁ ସମୁଦ୍ର ବାରଣ କରାଯାଇଛି।

Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ