• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର।

ସେହିପରି ବୌଦ୍ଧରେ ୪୦.୫, ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୪, ବାରିପଦାରେ ୪୦ ଏବଂ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଓ ଭୁବନେଶ୍ୱରରେ ୩୮.୪ ଡିଗ୍ରୀ ରହିଥିବାର ଜଣାପଡିଛି ।

ଅନ୍ୟପକ୍ଷେ, ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଜନଜୀବନ ବ୍ୟସ୍ତ ହୋଇପଡିଛି । ସଧାରଣ ଲୋକଙ୍କ ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡ଼ୁଛି । ପ୍ରବଳ ଖରା ସହ ତୈଳ ଦର ବୃଦ୍ଧି ବୋଝୋ ଉପରେ ଲଳିତା ବିଡା ସାଦୃଶ୍ୟ ପାଲଟିଛି ।