weather update
ତାତିରୁ ତ୍ରାହି ତ୍ରାହି ଡାକୁଛି ସାରା ରାଜ୍ୟ । ଗରମ ଏତେ ଯେ ଘରୁ ବାହାରିବା ସମ୍ଭବ ହେଉନି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଗରମ ଆଉ ଗରମ । ଭୁବନେଶ୍ୱରରେ ଆଜି ପୂର୍ବ ଦିନ ଅପେକ୍ଷା ତାପମାତ୍ରା କମିଛି ହେଲେ ଆଦ୍ରତା ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି ଜନତା ।
ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ରହିଛି । ହେଲେ ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୪୦ରେ ପହଞ୍ଚିଛି । କେନ୍ଦୁଝରରେ ୩୯.୪, ବାଲେଶ୍ୱରରେ ୩୭.୨, ଚାନ୍ଦବାଲିରେ ୩୭.୬ ତାପମାତ୍ରା ରହିଛି ।
ସେପଟେ ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ’ ମାସର ତାତି ଏପ୍ରିଲ୍ ମାସରେ ଅନୁଭୂତ ହେଲାଣି ।ଗତକାଲି ରାଜ୍ୟର ୨୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ବେଳେ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତାତି ବଢ଼ୁଥିବାରୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହା ଦ୍ୱାରା ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651052847.jpg)