/odishatv-khabar/media/post_attachments/uploadimage/library/16_9/16_9_0/heat_1626249706.jpg)
Tempreture
ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।
ଗତକାଲି ଭୁବନେଶ୍ୱରରେ ୪୦. ୨ ଡିଗ୍ରୀ ଏବଂ କଟକରେ ୪୦. ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ରାଜ୍ୟରେ #୨୧ସ୍ଥାନରେ ଦିନ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ
୪୩.୭ ଡ଼ିଗ୍ରୀ ଦିନ ତାପମାତ୍ରା ସହ #ଅନୁଗୁଳ ରାଜ୍ୟର #ଉତ୍ତପ୍ତ ସହର pic.twitter.com/3oup9tATtI
— Meteorological Centre, Bhubaneswar (@mcbbsr) April 18, 2022
ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ଅନୁଗୁଳ ୪୩ .୭ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବଲାଙ୍ଗିରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଆସନ୍ତା ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)