Astrospeak
  • Live TV
  • Read In English

Rain Forecast In Odisha: ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ ଦିନ ଯାଏ ବର୍ଷା !

ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Rain Forecast
ବର୍ଷା

ତାତିରେ ଲାଗିବ ବ୍ରେକ୍ । ଅସହ୍ୟ ଗୁଳୁଗୁଳି ଓ ଗରମରୁ ମିଳିବ ତ୍ରାହି । ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୩୦-୪୦ କିମି ବେଗରେ ପବନ ବହିପାରେ । ୨୭ ଓ ୨୮ ତାରିଖରେ ଝଡ଼ବର୍ଷାର ପ୍ରଭାବ ଅଧିକ ରହିପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ବିଶେଷକରି ପଶ୍ଚିମ ଓଡ଼ିଶାର ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଗତ ୨୨ ତାରିଖରେ ଝାରସୁଗୁଡ଼ାରେ ଏପ୍ରିଲ ମାସର ସର୍ବକାଳୀନ ତାତି ରେକର୍ଡ ହୋଇଥିଲା । ତେବେ ଆଜିଠୁ ବର୍ଷା ସମ୍ଭାବନା ଥିବାରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିବ ।

ଅଧିକ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦୁଇଗୁଣା ବଢ଼ିଲା