Advertisment

Weather Update: ଆଗକୁ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ; ୬ ଜିଲ୍ଲାକୁ ସତର୍କ କଲା SRC

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Weather

Weather

Advertisment

ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ। ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

Advertisment

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ପାଇଁ ସତର୍କତା ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି; ୩୮ ଡିଗ୍ରୀ ଡେଇଁଲା ଝାରସୁଗୁଡା ତାପମାତ୍ରା

Advertisment

ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିର। ଏହି ସମୟ ମଧ୍ୟରେ ଏହିସବୁ ଜିଲ୍ଲାର ବାସିନ୍ଦାମାନେ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁସାରେ ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ମାର୍ଚ୍ଚ ୪ ତାରିଖରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ପାରଦ ଉପରମୁହାଁ; ଏଥର ରେକର୍ଡ ଭାଙ୍ଗିବ ତାତି

Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ