Heat Weave
ରାଜ୍ୟକୁ ଫେରିଛି ତାତି। ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ଆସନ୍ତା ୪ ଦିନ ତାତିରୁ ତ୍ରାହି ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପଶ୍ଚିମରେ ପାରା ୪୭ ଡିଗ୍ରୀ ଛୁଇଁପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି।
ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!
ପ୍ରଚଣ୍ଡ ଗ୍ରୀଷ୍ମ ଲହରି ନେଇ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।ଏଥିସହ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି।
ଉପକୂଳ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାତି ସାମାନ୍ୟ କମ୍ ରହିବ। ଖରା କମିଲେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ପ୍ରଚଣ୍ଡ ଖରା ବେଳେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତକାଲି ୪୬.୨ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ସେଠାରେ ଏପ୍ରିଲ ମାସର ସର୍ବକାଳୀନ ତାତି ରେକର୍ଡ ହୋଇଛି। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀରୁ ଅଧିକ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Heat_Weave_1745384621.jpg)