• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶା ଉପରେ ପଡ଼ିବ କି ବାତ୍ୟା ପ୍ରଭାବ ? ଆସନ୍ତାକାଲି ସ୍ପଷ୍ଟ ହେବ ଚିତ୍ର । ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ପରେ ସ୍ପଷ୍ଟ ଜଣାପଡ଼ିବ । ଓଟିଭିକୁ ଏନେଇ ସୂଚନା ଦେଇଛନ୍ତି IMD ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ୮ ସୁଦ୍ଧା ଅବପାତରେ ପରିଣତ ହେବ ।

ସେଠାରେ ଆସନ୍ତାକାଲି ୪୦ରୁ ୫୦ ଓ ୮ରେ ୫୫ରୁ ୭୫ କିମି ପବନ ବହିପାରେ । ଆଣ୍ଡାମାନ ସାଗରର ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶା ଠାରୁ ବହୁତ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ପଡ଼ିବନି । ତେବେ ଓଡ଼ିଶାରେ ହେଉଥିବା ବର୍ଷା କାଳବୈଶାଖୀ ଜନିତ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି । ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ ଲଘୁଚାପ ପରେ ସ୍ପଷ୍ଟ ହେବ । ଏଯାଏଁ ବାତ୍ୟା କଥା କୁହାଯାଇନି, ଏଣୁ ଲୋକ ବିଭ୍ରାନ୍ତ ହେବା ଉଚିତ ନୁହେଁ ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ ପ୍ରସ୍ତୁତି ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ଏସ୍ଆରରସି ।