Advertisment

ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ସେପଟେ ରାଜ୍ୟରେ କୋହଲା ପାଗ ଓ କିଛି ସ୍ଥାନରେ ବର୍ଷା ଲାଗି ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rainfall Alert

Rainfall Alert

ଭୁବନେଶ୍ୱର: ଆଗକୁ ବଢ଼ିପାରେ ଶୀତ। ୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷେ, ରାଜ୍ୟରେ କୋହଲା ପାଗ ଓ କିଛି ସ୍ଥାନରେ ବର୍ଷା ଲାଗି ରହିଛି।

Advertisment

ଗତକାଲି ନୟାଗଡ଼ ରାମପୁର ଏବଂ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପୁରୀ ଜିଲ୍ଲା ନିମାପଡ଼ାରେ ୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଆଜି ଉପକୂଳ ଜିଲ୍ଲା ଗୁଡ଼ିକ ସହ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨ ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ତାପମାତ୍ରା ଖସିବାକୁ ଥିବାବେଳେ ଶୀତର ପ୍ରକୋପ ବୃଦ୍ଧି ପାଇପାରେ।  

Advertisment
Rain Alert Rain Alert In Odisha
Advertisment
Advertisment