• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଟ୍ୱିନ୍ ସିଟିରେ ଢ଼ାଳୁଛି ବର୍ଷା । ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ସତର୍କତା ଜାରି କରାଯାଇଛି । ଦୁଇ ଘଣ୍ଟା ପାଇଁ ଭୁବନେଶ୍ୱର ଓ କଟକ ସହରକୁ ସତର୍କ ସୂଚନା ଦିଆଯାଇଛି । ଏଥିପାଇଁ ଲୋକଙ୍କୁ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଉତବାହାଲ ଗାଁରେ ବିଲରେ କାମ କରୁଥିବା ବେଳେ ଅଘଟଣ ଘଟିଛି । 

ସେପଟେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ହେବାକୁ ଥିବା ଘୁର୍ଣ୍ଣବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟର ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ....

ଅନ୍ୟପଟେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି । ତେଣୁ ଭୟଙ୍କର ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୮୦% କମ୍‌ ।