Advertisment

Heat Wave: ମାର୍ଚ୍ଚ ଆରମ୍ଭରୁ ନିଆଁ ବର୍ଷା! ରାଜଧାନୀର ତାତି ୩୫ ଡିଗ୍ରୀ ପାର୍‌ କଲା

ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ’ଏକ୍ସ’ରେ ଲେଖିଛନ୍ତି, ଶନିବାର ଭୁବନେଶ୍ୱରର ତାପମାତ୍ର ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ମାର୍ଚ୍ଚ ମାସରୁ ଆକାଶରୁ ନିଆଁ ବର୍ଷା! ରାଜଧାନୀ ଭୁବନେଶ୍ୱର କଥା ନକହିବା ଭଲ। ଆଜି ରାଜଧାନୀର ତାପମାତ୍ର ୩୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।

Advertisment

ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ’ଏକ୍ସ’ରେ ଲେଖିଛନ୍ତି, ଶନିବାର ଭୁବନେଶ୍ୱରର ତାପମାତ୍ର ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି। ଏଠାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି(ଶନିବାର) ଚାନ୍ଦବାଲିର ତାପମାତ୍ର 34.8°C ରେକର୍ଡ କରାଯାଥିଲା। ଆଜି କିନ୍ତୁ ୪ ଡିଗ୍ରୀ କମ୍‌ ରହିଛି। ତଥାପି ଗୁଳୁଗୁଳି କରୁଥିବାରୁ ଜୀବନଯାତ୍ରା ଅସ୍ତବ୍ୟସ୍ତ କରିଛି।

ଅଧିକ ପଢ଼ନ୍ତୁ: ଜୀବିତ ଲୋକକୁ ମୄତ ଦର୍ଶାଇ ରାସନ କାର୍ଡରୁ ନାଁ କାଟିଦେଲେ ଡିଲର୍

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ  ଗତ ୨୪ ଘଣ୍ଟା ଭିତରେ ଟିଟିଲାଗଡ଼ ପାଲଟିଥିଲା ଉତ୍ତପ୍ତ ସହର। ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା। ଠିକ୍‌ ସେହିପରି ଭୁବନେଶ୍ୱରରେ ୩୪.୨ ଡିଗ୍ରୀ, କଟକରେ ୩୪.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୨ ଡିଗ୍ରୀ, ବଲାଙ୍ଗିରରେ ୩୮, ଅନୁଗୋଳ ଓ ସୋନପୁରର ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ପ୍ରବଳ ଖରା ଯୋଗୁ ଆଜି ରାଜଧାନୀର ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏପରି ତାତି ଅନୁଭୂବ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Bhubaneswar Odisha Weather Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ