Weather
ରାଜ୍ୟରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ୩୧ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଥିଲା କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ଗତକାଲି ରାତିରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିନିକା ବ୍ଲକର ଏକାଧିକ ଅଞ୍ଚଳରେ ଘଡଘଡି ସହ ତୁହାକୁ ତୁହା ବର୍ଷା ହୋଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ କାଳବୈଶାଖୀର ତାଣ୍ତବ, କେଉଁଠି ବଜ୍ରପାତ ତ କେଉଁଠି କୁଆପଥର ଛେଚା
ତା’ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁ ଏସବୁ ଅଞ୍ଚଳରେ ବ୍ୟାପକ ନଷ୍ଟ ହୋଇଛି ଧାନ ଫସଲ ଓ ପରିବା ଚାଷ । ସେପଟେ ଗଞ୍ଜାମ ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ୩୨ଟି ଛେଳିର ଜୀବନ ଯାଇଛି । ଗତକାଲି ବର୍ଷା ପାଇଁ ଛେଳି ଗୁଡିକ ଗଛ ମୂଳେ ଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ସେହିପରି ରାଉରକେଲା ସହରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Weather_1711510619.jpg)