Advertisment

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ଅଦ୍ୟତନ ହୋଇଛି
heatwave Alert For Odisha

heatwave

Advertisment

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ତେବେ ଗତକାଲିର କାଳବୈଶାଖୀ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଫଳରେ ଯେଉଁ ଜିଲ୍ଲା ଗୁଡ଼ିକରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା ସେଠି ଆଜି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି।

Advertisment

ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ସମେତ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି ଜାରି। ତାସହ ପଶ୍ଚିମ ଓ ଉତ୍ତରର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଅଧିକ ପଢ଼ନ୍ତୁ: ତାତିରୁ ଆଶ୍ୱସ୍ତି ଆଣିଦେବ କାଳବୈଶାଖୀ, କିନ୍ତୁ ଆହୁରି ୩ ଦିନ ଜଳିବ...

Advertisment

ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ପାରଦ ଡେଇଁଛି ୪୬ ଡିଗ୍ରୀ। ଏବେ କାଳବୈଶାଖୀ ବର୍ଷା ତାତିରୁ ଆଶ୍ୱସ୍ତି ଆଣି ଦେଇଛି ।ପାଣିପାଗ ସୂଚନା ଅନୁସାରେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । ସେହିପରି ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ ଗତକାଲି  ଅପରାହ୍ନରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଓ କରଞ୍ଜିଆ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ବିଭିନ୍ନ ଜାଗାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି।

Advertisment

ସହରର ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପଡ଼ିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଆମ୍ବୁଲାନ୍ସ ବି ରାସ୍ତାରେ ବହୁ ସମୟ ଧରି ଫସି ରହିଥିଲା। ବିଦ୍ୟୁତ୍ ପୋଲ୍ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହରେ ବି ସମସ୍ୟା  ଦେଖାଦେଇଛି। ପରିସ୍ଥିତି ଏମିତି ହୋଇଥିଲା କି ବହୁ ଘଣ୍ଟା ଧରି ଅନ୍ଧାରରେ ଲୋକେ ରହିଛନ୍ତି।

Weather Update Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ