• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ଜଳ ସଂପଦ ବିଭାଗର ସୂଚନା

  • ବନ୍ୟା ପରିସ୍ଥିତି ନେଇ ବିଭାଗ ସତର୍କ ରହିଛି: ସର୍ବୋଚ୍ଚ ଯନ୍ତ୍ରୀ

  • ଇଂଜିନିୟରମାନେ ସଂପୃକ୍ତ ସ୍ଥାନରେ ଉପସ୍ଥିତ

ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଅଛି । ସଂପୃକ୍ତ ସ୍ଥାନରେ ଇଂଜିନିୟରମାନେ ଅଛନ୍ତି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧିରେନ ସାମଲ କହିଛନ୍ତି । ଏହାସହ ଘାଇ ଉପରେ ନଜର ରହିଛି । ଜଳକା ଯୋଗୁଁ ତଳମୁଣ୍ଡରେ ୪ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଥିଲାଗି ସମସ୍ତ ଉପକରଣ ମହଜୁଦ ରହିଛି ବୋଲି ସେ କହିଛନ୍ତି ।

ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ବର୍ତ୍ତମାନ ରାଜଘଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି । ସଂଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ବିପଦ ସଂକେତ ପର୍ଯ୍ୟନ୍ତ ଛୁଇଁପାରେ । ଏହାସତ୍ତ୍ୱେ କିଛି ଅସୁବିଧା ହେବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀ ଅବବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟ ଗୁଡିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଂଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ ଖୋଲୁଛନ୍ତି ଓ ବନ୍ଦ କରୁଛନ୍ତି । କେବେ ବି ୩ରୁ ୪ ଘଣ୍ଟା ଭିତରେ ଗେଟ୍ ଖୋଲିକି ବନ୍ଦ କରାଯାନାହିଁ ବଲି ସେ କହିଛନ୍ତି ।

ସେହିପରି ବାଲିଆପାଳ ବ୍ଲକର ୫ଟି ପଂଚାୟତ ପାଣି ଘେରରେ ରହିଛି । ଆଜି ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣି ଆସିବା ପରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି । ରାଜଘାଟଠାରେ ବିପଦସଙ୍କେତ ୯.୪୫ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ୯.୫୦ମିଟର ଉପରେ ଜଳସ୍ତର ରହିଥିଲା । ପୂର୍ବରୁ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ବନ୍ୟାପାଣି ଆସି ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ବାଲିଆପାଳ ବ୍ଲକର ୨୦ଟି ଗାଁରେ ବନ୍ୟାପାଣି ପଶିଛି ।

ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଶହ ଶହ ହେର ଚାଷଜମି ଜଳମଗ୍ନ ହୋଇଯାଇଛି । ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା, ମଧୁପୁରା ପଂଚାୟତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଭୋଗରାଇ ବ୍ଲକର ଗବଗା, କୁସୁଡା, ନହରା, ନାଚିନ୍ଦ ପଂଚାୟତର ଲୋକମାନେ ପାଣି ଘେରରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଓ ଯାତାୟତ ପାଇଁ ୧୦ଟି ଡଙ୍ଗା ମୁତୟନ କରାଯାଇଛି ।