Severe Hailstorm Cause Massive Damage
ଆକାଶରୁ ପଡ଼ିଲା ବିରାଟ ବିରାଟ କୁଆପଥର । କାହାର ଓଜନ ୭ କେଜି ତ ପୁଣି କାହାର ଓଜନ ୮ କେଜି । ବିରାଟ ବିରାଟ ଖଣ୍ଡ ବରଫକୁ ଦେଖିଲେ ଆପଣଙ୍କୁ କୁଆପଥର ବୋଲି ଲାଗିବ ହିଁ ନାହିଁ । ହେଲେ ପ୍ରକୃତି ଯେବେ କୋପ କରେ ସବୁ ହୁଏ ଧ୍ୱଂସବିଧ୍ୱସ୍ତ । କାଳ ବୈଶାଖୀ ତାଣ୍ଡବରେ ସବୁ କିଛି ଛାରଖାର ହୋଇଯାଇଛି । କୁଆପଥର ସହ ବର୍ଷା ପବନ ଭାଙ୍ଗିଛି ଲୋକଙ୍କ ମେରୁଦଣ୍ଡ । ମୁଣ୍ଡ ଉପରେ ଚାଳ ନାହିଁ । କୋଡ଼ିଏରୁ ତିରିଶି ବର୍ଷ ଭିତରେ ଏମିତି ତଣ୍ଡବ ଦେଖିନାହାନ୍ତି ଲୋକ । ଅନେକ ଚାଳ ଛପର ଉଡ଼ିଯାଇଛି, ଟାଇଲ ଆଜବେଷ୍ଟସ ମଧ୍ୟ ଭାଙ୍ଗିଯାଇଛି । ଆଉ ଲୋକମାନେ କିଭଳି ଦୟନୀୟ ସ୍ଥିତିରେ ଅଛନ୍ତି ଆପଣ ଭିଜୁଆଲ୍ ଦେଖିଲେ ବୁଝିପାରିବେ ।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ଅଞ୍ଚଳର ଘଟିଛି ଏଭଳି ଘଟଣା । ଆକାଶରେ ନଥିଲା କଳାବାଦଳ, ଧୁ ଧୁ ଖରାରେ ଆଉଟୁପାଉଟୁ ହେଉଥିଲେ ସମସ୍ତେ । ଠିକ୍ ସଂଧ୍ୟା ସରୁ ସରୁ କଳାଅନ୍ଧାର ଆକାଶରେ କାଳବୈଶାଖୀ ବର୍ଷା ମାଡ଼ିଆସିଲା । କାହିଁ କେଉଁଆଡ଼ୁ ପବନ ସହ ପ୍ରବଳ କୁଆପଥର ବର୍ଷା ହେଲା । ମାତ୍ର କିଛି ସମୟ ଭିତରେ ଏଠି ସରିଗଲା ସବୁକିଛି । କୁଆପଥର ମାଡ଼ ଏତେ ଭୟଙ୍କର ଥିଲା ଯେ, କୁହାଯାଉଛି ଗୋଟିଏ ଗୋଟିଏ କୁଆପଥର ୭ରୁ ୮ କେଜି ଯାଏଁ ଓଜନ ଥିଲା ।
ଅଧିକ ପଢ଼ନ୍ତୁ: ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା
ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଯାଏ ସେମିତି ହିଁ ରହୁଥିଲା । ତରଳିବାର ନାଁ ଧରୁନଥିଲା । ଆଉ କୁଆପଥର ମାଡ଼ରେ ୪ଶହରୁ ଅଧିକ ଘର ତ ଭାଙ୍ଗିଛି, ଲୋକମାନେ ଲହୁ ଲୁହାଣ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
କୁଆପଥର ମାଡ଼ରେ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ ପୁଣି କାହା ଶରୀରରେ ଲାଗିଛି ଗଭୀର ଆଘାତ । ଏମିତିକି ଶତାଧିକ ବାଇକ୍, କାର ଆଦିର କାଚ ମଧ୍ୟ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742882522.jpg)