ଆସିଛି ଶୀତ, ହସୁଛି ଅଳସୀ କ୍ଷେତ; କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି ପର୍ଯ୍ୟଟକ

ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।

Winter Season

ଆରମ୍ଭ ହୋଇଗଲାଣି ଶୀତ । ସକାଳୁ କୁହୁଡି ଦେଖିବାକୁ ମିଳିଲାଣି । ରାଜ୍ୟର ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ଆଖପାଖେରେ ରହୁଛି । ଶୀତ ବୃଦ୍ଧି ପାଉଥିବାବେଳେ ପରିବେଶ ଆହୁରି ଅଧିକ ସୁନ୍ଦର ଦେଖାଯାଉଛି । ସବୁଜିମାର କ୍ଷଣିକ ଝଲକ ପାଇବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଆଉ ଏହି ସୁନ୍ଦର ପରିବେଶରେ ବନ୍ୟଜନ୍ତୁ ପଶୁପକ୍ଷୀ ଅନାୟେଶରେ ବିଚରଣ କରୁଛନ୍ତି । କୋରାପୁଟମୟୂରଭଂଜ ରେ ଶୀତ ସକାଳର ଦୃଶ୍ୟ ବେଶ୍‌ ମନଲୋଭା ।

ଅଧିକ ପଢ଼ନ୍ତୁ: ବଢ଼ିବ ଶୀତ; ପାରଦ ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ

ଆସିଛି ଶୀତ, ହସୁଛି ଅଳସୀ କ୍ଷେତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ ସହରର ଶୀତ ସକାଳକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଦୀଗନ୍ତ ବିସ୍ତାରି ଫୁଟି ଉଠିଛି ଅଳସୀ ଫୁଲ । ଆଉ ତାରି ଭିତରେ ସେଲଫୀ ନେଉଛନ୍ତି ପରିବେଶ ପ୍ରେମୀ । ଖାଲି ସୁନ୍ଦରୀ ତରୁଣୀ ମାନେ ନୁହଁନ୍ତି, ଶୀତ ଆସିଲେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦିଅନ୍ତି ପର୍ଯ୍ୟଟକ ।

ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପକ୍ଷୀ କେତେବେଳେ ଉଡ଼ିବୁଲେ ତ ଆଉ କେତେବେଳେ ଜାକିଜୁକି ବସିଯାଏ ମାଣ୍ଡିଆ ଖେଡ଼ାରେ ।

 

ସେପଟେ ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି । ଯେଉଁଠି ଆକାଶ ଛୁଆଁ ପାହାଡରୁ ଝରଣା ଖସିଥାଏ, ଆଉ ଢେଉ ଖେଳୁଥାଏ । ପର୍ବତ ମାଳା ଏଠି ଚଉଶିଙ୍ଗା ହରୀଣ, ବାଘ, ଗୟଳ ଭଳି ପଶୁ ନିର୍ଭୟରେ ବିଚରଣ କରନ୍ତି । ପର୍ଯ୍ୟଟକ ବୁଲିଦେଖିବା ପାଇଁ ନଭେମ୍ବର ୧ରୁ ଉଦ୍ୟାନ ଖୋଲାଯାଇଛି ।

ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ନାଚଗୀତ ମଧ୍ୟ ହେଉଛି । ସହରି ସଭ୍ୟତାର ଭିଡ଼ ଭିତରୁ ଥରେ ଦୂରେଇ ଆସି ଏ ପ୍ରାକୃତିକ ଜଙ୍ଗଲ ଭିତରେ ଟିକେ ପ୍ରବେଶ କଲେ ଏଠି ହଜିଯିବାକୁ ମନ ହେବ ।

(ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ କରଞ୍ଜିଆରୁ ଦୀପକ ମହାନ୍ତ)