Advertisment

କାଲିଠୁ ବଦଳିବ ପାଗ; ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଆସନ୍ତାକାଲି ଠାରୁ ବଦଳିବାକୁ ଯାଉଛି ରାଜ୍ୟ ପାଣିପାଗ ।

author-image
Manoranjan Behera
ଅଦ୍ୟତନ ହୋଇଛି
Monsoon

Monsoon

ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏମିତି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଆସନ୍ତାକାଲି ଠାରୁ ବଦଳିବାକୁ ଯାଉଛି ରାଜ୍ୟ ପାଣିପାଗ । ୨୧ ତାରିଖରେ ପାକ୍ ମୋସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଉଛି । ୨୨ ତାରିଖରୁ ବର୍ଷାର ପରିମାଣ ବଢି ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ । କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ଓ୍ୱାଣ୍ଣିଂ ଜାରି ହୋଇଛି ।

Advertisment
Odisha Weather Weather Update Heat Wave In Odisha Odisha Weather News Weather Forecast Rain In Odisha Rainfall Alert Monsoon Heavy Rainfall Warning Weather In Odisha
Advertisment
Advertisment