• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରାକ୍ ମୌସୁମୀ ବର୍ଷା ପରେ ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । 

 ମୌସୁମୀ ବାୟୁ ସକ୍ରିୟହେବା ପରେ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ସର୍ବାଧିକ ୧୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପଛକୁ କଟକର ବାଙ୍କୀରେ ୧୬୫ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି ବୌଦ୍ଧଗଡରେ  ୭୯ ମିଲିମିଟର, କେନ୍ଦୁଝର ଜିଲ୍ଲାର ସରପଡ଼ା ୭୫ ମିଲିମିଟର, ଅନୁଗୁଳର ତାଳଚେରରେ ୭୦ ମିଲିମିଟର, ବାଲେଶ୍ୱରର ବାହାନଗାରେ ୬୯ ମିଲିମିଟର, ଗଞ୍ଜାମର ଶେରଗଡ଼ରେ ୬୬ ମିଲିମିଟର, ଖୋର୍ଦ୍ଧାର ବୋଲଗଡ଼ରେ ୬୬ ମିଲିମିଟର ଓ ସମ୍ବଲପୁରର ବୁର୍ଲାରେ ୬୫ ମିଲିମିଟର ବର୍ଷା ରେଡର୍ଡ ହୋଇଛି ।