Advertisment

ଆସନ୍ତା ୧ ତାରିଖରୁ ୩ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି ।

author-image
Manoranjan Behera
Weather Update

Weather Update

ଆସନ୍ତା ୧ ତାରିଖରୁ ୩ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି । ବଙ୍ଗୋପସାଗରରୁ ପୂର୍ବାଳୀ-ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ । ତେବେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଜିଲ୍ଲାରେ କୁହୁଡି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନକରିଛି ।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଛି । ଯାଜପୁର ଜିଲ୍ଲାରେ ୧୦ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଶୁଳିଆପଦାରେ ୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏଥିସହ ରାତିର ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଜି.ଉଦୟଗିରିଠାରେ ୧୩ ଡିଗ୍ରୀ ସେଲ୍‌ସିୟସ୍‌, ଫୁଲବାଣୀରେ ୧୪ ଡିଗ୍ରୀ, କୋରାପୁଟ୍‌ରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କିରେଇରେ ୧୪.୪ ଡିଗ୍ରୀ, ସେମିଳିଗୁଡ଼ାରେ ୧୫ ଡିଗ୍ରୀ, ଅନୁଗୋଳରେ ୧୬ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧.୪, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଓ ରାଉରକେଲାରେ ୧୮.୨ ଡିଗ୍ରୀ ସେଲ୍‌ସିୟସ୍‌ ରାତିର ତାପମାତ୍ରା ରେକର୍ଡ କରାଯାଇଛି ।

Advertisment

Weather News Weather Update
Advertisment
Advertisment