• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆହୁରି ୩ ଦିନ ଲାଗି ରହିବ ଭୀଷଣ ତାତି । ରାଜ୍ୟରେ ଆହୁରି ୩ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ପୃର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର,ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ାବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କଟକ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସାଢ଼େ ୨ ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ ହୋଇଛି ।

ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ହୀରାକୁଦରେ ୪୨.୨, କେନ୍ଦୁଝର ୩୯, ଚାନ୍ଦବାଲି ୩୬.୮ ଡିଗ୍ରୀ ରେକର୍ଡ ହୋଇଛି । ୭୮% ଆର୍ଦ୍ରତା ଯୋଗୁଁ ପୁରୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଖରା ଓ ଗୁଳୁଗୁଳି ହେଉଛି । ...

ସେପଟେ ଆସନ୍ତା ୨୧ରୁ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ । ୨୨ରେ ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।...