Advertisment

ରାଜଧାନୀରେ ଖଇଫୁଟୁଛି ତାତି; କାଲିଯାଏ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
IMD Heatwave Alert For odisha

Heatwave

Advertisment

ତାତିରୁ ନିସ୍ତାର ନାହିଁ। ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା । ଆଜିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ଆଜି ଓ କାଲି ପାଇଁ ସିଭିୟର ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisment

ରାଜଧାନୀରେ ଖଇଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ ରାତି ବି ଏଠି ଭୟଙ୍କର। ସାନ-ବଡ଼ ସମସ୍ତଙ୍କ ଅବସ୍ଥା ଏଠି ବେହାଲ୍। ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ସମଦଶା ଭୋଗୁଛନ୍ତି ସିଲଭର୍ ସିଟି କଟକ ବାସିନ୍ଦା। ପେଟପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି ନଚେତ, ସହରରେ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ।

ଅଧିକ ପଢ଼ନ୍ତୁ: ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଜଳୁଛି କଟକ; ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Advertisment

କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ଗତକାଲି ୨୭ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।ଅନୁଗୁଳରେ ସର୍ବାଧିକ ୪୩.୩, ଡିଗ୍ରୀ ସଲସିୟସ ରେକର୍ଡ କରାଯାଇଛି ।

ଗୋଟିଏ ପଟେ ତାତିର ତାଉରେ ସାରା ଓଡ଼ିଶା ଆକ୍ତାମାକ୍ତା ହେଉଥିବା ବେଳେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବିରସ ପଞ୍ଚାୟତର କାଳୀଗଦି ଗାଁରେ ବଜ୍ରାଘୀତ ଘଟି ୧୭ଟି ପରିବାରର ୨୯ ବଖରା ଘର ଜଳିଯାଇଛି । ଏଥି ସହ ୪ ଗାଈ, ୬ଟି ଛେଳି, ଅନେକ କୁକୁଡ଼ା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

Advertisment

କୋରାପୁଟ ପଟ୍ଟାଙ୍ଗି ବ୍ଲକ କୋଟିଆ ଅଞ୍ଚଳରେ ମଧ୍ୟ ତାଣ୍ଡବ ରଚିଛି କାଳବୈଶାଖୀ । ଏଠାରେ ବର୍ଷା ଓ ପବନ ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ଫାଟୁସିନେରି ଗାଁର ୨୦ରୁ ଅଧିକ ଆଜବେଷ୍ଟସ୍ ଘର ଓ ଛପର ଉଡ଼ିଯାଇଛି ।

Heat Wave Heatwave Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ