/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645593415.jpg)
Rain Alert For Odisha
ରାଜ୍ୟକୁ ପୁଣି ପଶ୍ଚିମାଝଡ଼ ବିପଦ। ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଉତ୍ତର-ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ। ଆସନ୍ତାକାଲିଠୁ କିଛି ଜିଲ୍ଲାରେ ବର୍ଷା ହେବାକୁ ଥିବାଅବେଳେ ୨୫ରୁ ବର୍ଷାର ପରିମାଣ ବଢ଼ିବ।
ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ପୁଣି ୨୫ରେ ଆସୁଥିବା ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟକୁ ଭିଜାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷେ, ଆଜି ସକାଳୁ ଘନ କୁହୁଡ଼ିର ଚାଦର ତଳେ ଘୋଡ଼ାଇ ହୋଇଥିଲା ରାଜଧାନୀ ଭୁବନେଶ୍ୱର। କୁହୁଡି ଯୋଗୁ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସି ଆସିବା ସହ ଯାନାବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।
ଦେଶର ଉତ୍ତର-ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ
✔️ରାଜ୍ୟରେ ୨୪ ରୁ କିଛି ଜିଲ୍ଲାରେ ବର୍ଷା
✔️୨୫ ରୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି
✔️୨୫ ରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ପାଇଁ ଚେତାବନୀ ଜାରି
✔️୨୫ ରୁ ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ
— Meteorological Centre, Bhubaneswar (@mcbbsr) February 23, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)