• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

  • ୪ରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ହୋଇପାରେ ବର୍ଷା

  • ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କୁହୁଡି ସମ୍ଭାବନା

ଆସନ୍ତାକାଲିଠୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଦୁଇ ଦିନ ଧରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି । ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ ।

କେନ୍ଦ୍ର ତେବେ ୫ ତାରିଖ ବେଳକୁ ପାଗ ଶୁଖିଲା ରହିବ । ଏପଟେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କୁହୁଡି ପଡିପାରେ । ସେସବୁ ଜିଲ୍ଲାଗୁଡିକ ହେଲା ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ ଏବଂ କନ୍ଧମାଳ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ସକାଳୁ ସକାଳୁ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖାଦେଇଛି ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି ।