Rain Alert
ରଜକୁ ଫିକା ପକାଇପାରେ ବର୍ଷା । ରାଜ୍ୟରେ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ କିଛି ଜିଲ୍ଲାକୁ ଘଡ଼ ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପହିଲି ରଜ ଥିବାବେଳେ ଝଡ଼ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ରାଜ୍ୟକୁ ମୌସୁମୀ ଫେରିଥିବାବେଳେ ମୌସୁମୀ ବାୟୁ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି ।
ଗତ କିଛି ଦିନ ହେଲା ଅସହ୍ୟ ତାତି ସାଙ୍ଗକୁ ଗୁଳଗୁଳି କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଜନସାଧାରଣ । ରାଜ୍ୟକୁ ମୌସୁମୀ ଫେରିବାରୁ ଆଶ୍ୱସ୍ତି ଆଣିଛି ବର୍ଷା । ଆଜି ରଜରେ ଭିଜିବ ସାରା ଓଡ଼ିଶା । ବିଶେଷ କରି ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ଚେତାବନୀ ଜାରି ହୋଇଛି । ଏହିସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rain_Alert_1749876084.jpg)