Advertisment

Kalabaisakhi In Odisha : ବଦଳିଲା ପାଗର ମିଜାଜ, ଭୁବନେଶ୍ୱରରେ ଅଚାନକ ବର୍ଷିଲା

ରାଜଧାନୀରେ ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ଅଚାନକ ପାଗରେ ପରିବର୍ତ୍ତନ ହୋଇଛି । ବର୍ଷାରେ ଭିଜିଛି ଭୁବନେଶ୍ୱର । ସେହିପରି କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଅଦ୍ୟତନ ହୋଇଛି
Rain In Bhubaneswar

Rain In Bhubaneswar

Advertisment

ହଠାତ୍ ବଦଳିଗଲା ପାଗର ମିଜାଜ । ବର୍ଷାରେ ଭିଜିଲା ରାଜଧାନୀ । ଗତ କିଛି ଦିନ ହେବ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବାବେଳେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ଅଚାନକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି କିଛି କିଛି ସ୍ଥାନରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଅଘଟଣ ମଧ୍ୟ ଘଟିଥିଲା । କାଳବୈଶାଖୀ ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । 

Advertisment

ଗତକାଲି କାଳବୈଶାଖୀ ଜନିତ ବର୍ଷା ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି ହୋଇଥିଲେ ସୁଦ୍ଧା ବର୍ଷା ହୋଇନଥିଲା । ଆଜି ପ୍ରବଳ ବର୍ଷା, ଘଡଘଡି ଓ ବିଜୁଳି ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାସହ  ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବା ନେଇ ଚେତାବନୀ ଦେଇଥିଲା ପାଣିପାଗ ବିଭାଗ । ଆଜି ଅପରାହ୍ନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ: ଆଜି ବି ରାଜ୍ୟରେ ତାଉ ଦେଖାଇପାରେ କାଳବୈଶାଖୀ: ୧୩ ଜିଲ୍ଲାକୁ ୱାର୍ଣ୍ଣିଂ

Advertisment
Bhubaneswar Thunderstorm Warning Kalabaisakhi In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ